ପ୍ରତିଦିନ ସକାଳୁ ବାପା ସହ ମର୍ଣ୍ଣିଂ ୱାକ୍ କରୁଛି ଜଗା । ପରିବା କିଣିବାଠୁ ନେଇ ଚା ପିଇବା ପର୍ଯ୍ୟନ୍ତ ସବୁ କାମ ନିଜେ କରୁଛି। ଖେଳୁଛି ବୁଲୁଛି ବାପାମା' ଓ ସାନ ଭଉଣୀ ସହ ମସ୍ତି ବି କରୁଛି । କନ୍ଧମାଳ ଫିରିଙ୍ଗିଆ ବ୍ଲକ ମେଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।