/odisha-reporter/media/post_attachments/uploadimage/library/16_9/16_9_0/jajpur_1712158525.jpg)
jajpur
ରାଜ୍ୟ ସରକାର ଆଜି ଯାଜପୁରରେ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଯାଜପୁର ଜିଲ୍ଲାପାଳ ୨୦୧୮ ବ୍ୟାଚ୍ ଆଇଏଏସ୍ ଶୁଭଙ୍କର ମହାପାତ୍ରଙ୍କୁ ଅଚାନକ ବଦଳି କରି ତାଙ୍କ ସ୍ଥାନରେ ନିଖିଳ ପୱନ କଲ୍ୟାଣଙ୍କୁ ଅବସ୍ଥାପିତ କରାଯାଇଛି।
Advertisment
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ୨୦୧୨ ବ୍ୟାଚ୍ ଆଇଏଏସ୍ ନିଖିଳ ପୱନ କଲ୍ୟାଣଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଯାଜପୁର ଜିଲ୍ଲାପାଳ ଶୁଭଙ୍କର ମହାପାତ୍ରଙ୍କୁ କାହିଁକି ବଦଳି କରାଗଲା ତାହା ଜଣାପଡ଼ିନି। ମାତ୍ର ନିର୍ବାଚନ ସମୟରେ ଏହି ବଦଳିକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
