Advertisment

ବିପଦ ସଂକେତ ଉପରେ ବୈତରଣୀ ଓ ଜଳକା ନଦୀ,ଘାରିଲାଣି ବନ୍ୟା ଭୟ

ଜଳକା ନଦୀର ଜଳସ୍ତର ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।

author-image
Tapaswini Nayak
Rivers

Rivers

ବିପଦ ସଂକେତ ଉପରେ ବୈତରଣୀ ଓ ଜଳକା ନଦୀ। ଚଳିତ ବର୍ଷ ତୃତୀୟ ଥର ପାଇଁ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ମଥାନୀ ଠାରେ ବିପଦ ସଂକେତ ପାର କରିଛି ଜଳକା।

Advertisment

ଗତକାଲି ଠାରୁ ବୈତରଣୀ ନଦୀର ଜଳସ୍ତର ଧିରେ ଧିରେ ବଢ଼ିବାରେ ଲାଗିଛି। ବୈତରଣୀ ନଦୀ ଆଖୁଆପଦା ଆନିକଟ ଠାରେ ବିପଦ ସଂକେତ ୧୭ ଦଶମିକ ଆଠ ତିନି ମିଟର ଥିବା ବେଳେ ସକାଳ ୬ଟା ବେଳେ ବିପଦ ସଂକେତକୁ ଅତିକ୍ରମ କରି ଏବେ ୧୭ ଦଶମିକ ନଅ ଶୂନ ମିଟର ଉପରେ ପ୍ରବାହିତ ହେଉଛି। ଗତକାଲି ଠାରୁ ଉପର ମୁଣ୍ଡରେ ବର୍ଷା ହେବାରୁ ଏଭଳି ସ୍ଥିତି ଉପୁଜିଛି। 

ସେହିପରି ଜଳକା ନଦୀର ଜଳସ୍ତର ବି ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ମଥାନୀ ଠାରେ ବିପଦ ସଂକେତ ୫ ଦଶମିକ ୫୦ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବଢ଼ି 6 ଦଶମିକ 32 ମିଟରରେ ପହଞ୍ଚିଥିଲା। ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ହେବା ପରେ ଜଳସ୍ତର ଅଧିକ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ଥିବାରୁ ବନ୍ୟା ଆଶଙ୍କାରେ ଅଛନ୍ତି ନଦୀ ତଟବର୍ତ୍ତୀ ଅଞ୍ଚଳ ବାସୀ।

Advertisment

ଜଳକା ନଦୀର ଉପର ମୁଣ୍ଡ ମୟୂରଭଞ୍ଜ ଜିଲ୍ଲାର ଶୁଳିଆପଦା, ମୋରଡା, ଚିତ୍ରଡା, ରାସଗୋବିନ୍ଦପୁର ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ନଦୀର ଜଳସ୍ତର ବଢୁଛି। ବର୍ତ୍ତମାନ ଯଦି ବନ୍ୟା ହୁଏ, ତା’ହେଲେ ବସ୍ତା ଓ ସଦର ବ୍ଲକର ପାଖାପାଖି ୧୨ ଟି ପଞ୍ଚାୟତର ଚାଷ କ୍ଷତି ହେବାର ଆଶଙ୍କା
ରହିଛି।

Bhadrak