Advertisment

ପାଣି ଫୁଟାଇ ପିଅନ୍ତୁ, ବାହାର ଖାଦ୍ୟ ଖାଆନ୍ତୁନି...

ଜଣ୍ଡିସ ଜାଲ୍‌ରେ ସମ୍ବଲପୁର ସହର। ଟାଉନ୍‌ର କୁମ୍ଭାରପଡ଼ା, ସାଲିଆବଗିଚା, ପେନସନପଡା, ଧୁବାପଡା ଆଦି ଅଞ୍ଚଳରେ ବ୍ୟାପିବାରେ ଲାଗିଛି କାମଳ ରୋଗ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି।

Sambalpur

Sambalpur

Advertisment

ପାଣି ଫୁଟାଇ ପିଅନ୍ତୁ। ବାହାରଖାଦ୍ୟ ଖାଆନ୍ତୁନି..। କାମଳ ବ୍ୟାପିବା ପରେ ସମ୍ୱଲପୁର ଟାଉନ୍‌ବାସୀଙ୍କୁ ଏପରି ପରାମର୍ଶ ଦିଆଯାଇଥିବା ଚର୍ଚ୍ଚା ହେଉଛି। ବର୍ଷା ଆରମ୍ଭ ହେଉ ହେଉ ସମ୍ୱଲପୁର ଟାଉନ୍‌ରେ ଘରକୁ ଘର ବ୍ୟାପୁଛି କାମଳ ରୋଗ। ଏନେଇ ଖବର ପ୍ରକାଶ ପାଇବା ପରେ ସାହି ସାହିରେ ସଚେତନତା କରାଯିବା ସହିତ ରକ୍ତ ନମୂନା ସଂଗ୍ରହ କରାଯାଇଛି। ଏହାଛଡ଼ା କାମଳ ରୋଗରେ ଆକ୍ରାନ୍ତଙ୍କୁ ମେଡ଼ିସିନ୍‌ ଦିଆଯାଉଛି।

Advertisment

ଜଣ୍ଡିସ ଜାଲ୍‌ରେ ସମ୍ବଲପୁର ସହର। ଟାଉନ୍‌ର କୁମ୍ଭାରପଡ଼ା, ସାଲିଆବଗିଚା, ପେନସନପଡା, ଧୁବାପଡା ଆଦି ଅଞ୍ଚଳରେ ବ୍ୟାପିବାରେ ଲାଗିଛି କାମଳ ରୋଗ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି। ଏ ନେଇ ଖବର ପ୍ରକାଶ ପାଇବା ପରେ ସିଡିଏମ୍‌ଓ ଡାକ୍ତର ସୁଜାତାରାଣୀ ମିଶ୍ରଙ୍କ ନିର୍ଦ୍ଦେଶରେ ସାହିରେ ପହଞ୍ଚିଛି ମେଡ଼ିକାଲ୍‌ ଟିମ୍‌। ଆଉ ଜଣ୍ଡିସ୍‌ରେ ଆକ୍ରନ୍ତ ହୋଇଥିବା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ବୁଧବାର ୩୦ ଜଣଙ୍କ ରକ୍ତ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୨୦ ଜଣଙ୍କର ପଜେଟିଭ ଆସିଛି। ସେମାନଙ୍କର ଲିଭର ଫଙ୍ଗସନ୍‌ ଟେଷ୍ଟ କରାଯିବ। 

ସେପଟେ ସିଡିଏମ୍‌ଓ ଡାକ୍ତର ସୁଜାତାରାଣୀ ମିଶ୍ର କହିଛନ୍ତି, ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି। କୁମ୍ଭାରପଡ଼ାରେ ୪୧ ଓ ଧୁବାପଡ଼ାରୁ ୮ ଜଣ ଚିହ୍ନଟ ହୋଇଛନ୍ତି। ପେନସନପଡାରୁ କେହି ଚିହ୍ନଟ ହୋଇନାହାନ୍ତି। ମୋଟ୍‌ ୪ରୁ ୫ ହଜାର ଲୋକଙ୍କୁ ସର୍ଭିଲାନ୍ସକୁ ଆଣିଛୁ। ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଭିତରୁ ଅଧିକାଂଶଙ୍କ ବୟସ ହେଉଛି ୧୪ ବର୍ଷରୁ କମ୍‌। ସେମାନଙ୍କ ହିଷ୍ଟ୍ରୀ ରହୁଛି ଫାଷ୍ଟଫୁଡ୍‌ ଖାଇବାର। ଖାଦ୍ୟର ସାମ୍ପୁଲ୍‌ ସଂଗ୍ରହ କରିବା ପାଇଁ ଫୁଡ୍‌ ସେଫ୍‌ଟି ଡିପାର୍ଟମେଣ୍ଟକୁ ନିର୍ଦ୍ଦେଶ ଦେଇଛୁ। ପାଣି ପାଇପ୍‌ ସମ୍ପର୍କରେ PHDକୁ କହିଛୁ ବୋଲି ସିଡିପିଓ କହିଛନ୍ତି।  

Advertisment

ଗତ ଦୁଇ ଦିନ ହେଲା ମେଡ଼ିକାଲ୍‌ ଟିମ୍ ପଡ଼ାରେ ଚିକିତ୍ସା ସେବା ଯୋଗାଉଛି। ରକ୍ତ ନମୁନା ସଂଗ୍ରହ କରୁଛନ୍ତି। ପାଣି ଫୁଟାଇ ପିଇବା ସହିତ ବାହାର ଖାଦ୍ୟ ଖାଇବାକୁ ବାରଣ କରାଯାଇଛି ବୋଲି ଆକ୍ରାନ୍ତ ପରିବାର କହିଛନ୍ତି। ସେପଟେ ଦେଖିବାକୁ ଗଲେ ଘରକୁ ଯାଇଥିବା ପିଇବା ପାଣି ପାଇପ୍‌ ଡ୍ରେନ୍‌ ଭିତରେ ଯାଇଛି। ନର୍ଦ୍ଦମାରୁ ଆସି ଜଣ୍ଡିସ୍‌ ଜିବାଣୁ ପିଇବା ପାଣିରେ ମିଶୁଛି। ସାହି ଲୋକେ ସେହି ପାଣି ପିଇବାରୁ କାମଳ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହେଉଛି। ଏବେ ସାହି ସାହିରେ ସ୍ୱାସ୍ଥ୍ୟ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ମହାନଗର ନିଗମ ପକ୍ଷରୁ ଅଧିକ ସଚେତନା କରାଯାଉଛି।

ସୂଚନାରୁ ପ୍ରକାଶ ୨୦୧୪ ମସିହାରେ ସମ୍ୱଲପୁର ଟାଉନ୍‌ରେ ଜଣ୍ଡିସ ବ୍ୟାପିଥିଲା। ଏଥିରେ ବହୁ ଲୋକଙ୍କ ଜୀବନ ଯାଇଥିଲେ। ସେତେବେଳେ ସେହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ଦୀର୍ଘ ଦିନ ପରେ ପୁଣି ଥରେ ଜଣ୍ଡିସ୍‌ ମୁଣ୍ଡ ଟେକିଥିବାରୁ ସହବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ରିପୋର୍ଟ-ରେଢାଖୋଲରୁ ରମାକାନ୍ତ ମହାନନ୍ଦ

Sambalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe