Advertisment

ଜଙ୍ଗଲରେ ଥିଲା ୬୨ ଫୁଟ ଉଚ୍ଚ ସହିଦ ସ୍ତମ୍ଭ, ମାଟିରେ ମିଶାଇଲେ ଯବାନ

ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ରହିଥିବା ସବୁଠାରୁ ବିଶାଳ ସହିଦ ସ୍ତମ୍ଭ ମାଟିରେ ମିଶିଲା। ଉକ୍ତ ସ୍ତମ୍ଭକୁ ଧ୍ୱସଂ କରିଛନ୍ତି ଡିଆରଜି ଯବାନ ।

author-image
Niharika Rout
Jawan

Jawan

ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ରହିଥିବା ସବୁଠାରୁ ବିଶାଳ ସହିଦ ସ୍ତମ୍ଭ ମାଟିରେ ମିଶିଲା। ଉକ୍ତ ସ୍ତମ୍ଭକୁ ଧ୍ୱସଂ କରିଛନ୍ତି ଡିଆରଜି ଯବାନ ।

Advertisment

ଜିଆରଡି,ଏସଟିଏଫ, ସିଆରପିଏଫ ଏବଂ କୋବ୍ରା ଯବାନ କୋମଟପାଲ୍ଲୀ ଜଙ୍ଗଲକୁ ସର୍ଚ୍ଚ ଅପରେସନ କରିବାକୁ ଯାଇଥିଲେ। ମାତ୍ର ସେମାନେ ଜଙ୍ଗଲରେ ସବୁଠାରୁ ୬୨ ଫୁଟ ଉଚ୍ଚର ଏକ ସହିଦ ସ୍ତମ୍ଭ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ସମସ୍ତ ଯବାନ ଏହି ସହିଦ ସ୍ତମ୍ଭ ଆଗରେ ଛିଡା ହୋଇ ଫଟୋ ଉଠାଇଥିଲେ। ଏହାପରେ ତାହାକୁ ସେମାନେ ଧ୍ୱଂସ କରିଥିଲେ। ମାଓ ନେତା ଆର କେଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ସହିଦ ସ୍ତମ୍ଭ ନିର୍ମାଣ କରାଯାଇଥିବା ଜଣାପଡିଛି। ତେବେ ଏହାକୁ କେବେ ଓ କିପରି ଏହାକୁ ନିର୍ମାଣ କରାଯାଇଥିଲା ତଥା ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ଓ ତାହା କେଉଁଠୁ ଆସିଥିଲା ସେ ସମ୍ପର୍କରେ କିଛି ସୂଚନା ମିଳିନି ।

Advertisment
Chhattisgarh Jawan