Advertisment

ଜୟ ହୋ ସୋଶାଲ ମିଡ଼ିଆ... ୫ ମାସ ପରେ ହଜିଲା ପୁଅର ଠିକଣା ଦେଲା

ଗୋପୀନାଥ ଘୂରି ଘୂରି ଆସି ପହଞ୍ଚିଥିଲେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ। ନୂଆବର୍ଷକୁ ସମସ୍ତେ ଧୁମ୍‌ ଧାମରେ ପାଳନ କରୁଥିବା ବେଳେ ଗୋପୀନାଥ ଗୁରୁତର ଅବସ୍ଥାରେ ବ୍ରହ୍ମଗିରି ବସ ଷ୍ଟାଣ୍ଡ ନିକଟରେ ପଡ଼ି ରହିଥିଲେ।

WB

WB

Advertisment

ଆଜକୁ ୫ ମାସ ତଳେ ହଜି ଯାଇଥିଲା ବଡ଼ପୁଅ। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଘରର ବଢ଼ିଲା ପୁଅକୁ ପାଇନଥିଲେ। ୫ ମାସ ପରେ ହଜିଲା ପୁଅର ଠିକଣା ଦେଲା ସୋଶାଲ ମିଡ଼ିଆ। ଆଜି ପଶ୍ଚିମବଙ୍ଗରୁ ଆସି ପୁରୀ ଜିଲ୍ଲା ବ୍ରହ୍ମଗିରିରୁ ପୁଅକୁ ଉଦ୍ଧାର କରିଛନ୍ତି ପରିବାର ଲୋକ। ସେଥିପାଇଁ ଉଦ୍ଧାର କରିଥିବା ଗାଁ ଲୋକ ଓ ସୋଶାଲ ମିଡ଼ିଆକୁ ଧନ୍ୟବାଦ ଦେଇଛନ୍ତି!

Advertisment

ଆଜକୁ ୫ ମାସ ତଳେ ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲା ଜୁବୁଲାଇ ଥାନା ଅଞ୍ଚଳର ଗୋପୀନାଥ ବାଗ ନିଜର ପରିବାର ଲୋକଙ୍କ ସହ ଝାଡ଼ଖଣ୍ଡ ବୁଲିବା ପାଇଁ ଯାଇଥିଲେ। ପୂରା ପରିବାର ଏକ ମନ୍ଦିରରେ ପୂଜା କରୁଥିବା ବେଳେ ଗୋପୀନାଥ କେଉଁ ଆଡେ ଚାଲି ଯାଇଥିଲେ। ଗୋପୀନାଥ ନିଖୋଜ ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ହେଲେ ତାଙ୍କର ପତ୍ତା ପାଇନଥିଲେ। ପରେ ପରିବାର ଲୋକେ ଏନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ସେପଟେ ଗୋପୀନାଥ ଘୂରି ଘୂରି ଆସି ପହଞ୍ଚିଥିଲେ ପୁରୀ ଜିଲ୍ଲା ବ୍ରହ୍ମଗିରିରେ। ନୂଆବର୍ଷକୁ ସମସ୍ତେ ଧୁମ୍‌ ଧାମରେ ପାଳନ କରୁଥିବା ବେଳେ ଗୋପୀନାଥ ଗୁରୁତର ଅବସ୍ଥାରେ ବ୍ରହ୍ମଗିରି ବସ ଷ୍ଟାଣ୍ଡ ନିକଟରେ ପଡ଼ି ରହିଥିଲେ। ବ୍ରହ୍ମଗିରିର ଗୋପବନ୍ଧୁ ସେବସଂଘର କର୍ମକର୍ତ୍ତା ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ଏଥିସହ ପୁଲିସକୁ ମଧ୍ୟ ଅବଗତ କରାଇଥିଲେ। ମେଡ଼ିକାଲ୍‌ରେ ଚିକିତ୍ସା ହେବା ପରେ ସୁସ୍ଥ ହୋଇଥିଲେ ଗୋପୀନାଥ। ପରେ ତାଙ୍କର ସେବା ଯତ୍ନ ନୂଆ ଡ୍ରେସ ପିନ୍ଧାଇବା ସହ ଖାଇବା ପିଇବା ଦେଇଥିଲେ।

Advertisment

ଗୋପୀନାଥ ସୁସ୍ଥ ହେବା ପରେ ତାଙ୍କର ଫଟୋ ଉଠାଇ ସୋଶାଲ୍‌ ମିଡ଼ିଆରେ ସେୟାର କରିଥିଲେ ସଂଘର କର୍ମକର୍ତ୍ତା। ସୋଶାଲ୍‌ ମିଡ଼ିଆରେ ଗୋପୀନାଥଙ୍କୁ ଚିହ୍ନିଥିଲେ ତାଙ୍କ ଭାଇ। ତା’ପରେ ସେ ଭିଡିଓ କଲ୍‌ କରି ଯୋଗଗୋଗ କରିଥିଲେ। ଆଜି ତାଙ୍କ ଭାଇ ବିଶ୍ଵନାଥ ବାଗ ବ୍ରହ୍ମଗିରି ତାନାରେ ପହଞ୍ଚିଥିଲେ। ପୁଲିସ ଉପସ୍ଥିତି ଗୋପବନ୍ଧୁ ସେବସଂଘର ସଦସ୍ୟଙ୍କଠାରୁ ଗୋପୀନାଥଙ୍କୁ ତାଙ୍କ ଭାଇ ନିଜ ଘରକୁ ନେଇଛନ୍ତି।

ରିପୋର୍ଟ- ବ୍ରହ୍ମଗିରିରୁ ରବୀ ନାରାୟଣ ପୂଜାହାରୀ

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe