Advertisment

ବଲାଙ୍ଗିରରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌

ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେଉଛନ୍ତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର। ସେ ହେଉଛନ୍ତି ବଲାଙ୍ଗିର ପୁଅ। ଜଷ୍ଟିସ୍‌ ମିଶ୍ରଙ୍କ ମାଆଙ୍କ ବିୟୋଗର ଦଶଦିନ ପରେ ତାଙ୍କ ପିତା ବରିଷ୍ଠ ଆଇନ୍‌ଜୀବୀ ମାର୍କଣ୍ଡ ମିଶ୍ରଙ୍କ ଦେହାନ୍ତ ହୋଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
JMM

JMM

ବଲାଙ୍ଗିରରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌। ସେ କୌଣସି ରାଜନୈତିକ ସଭାରେ ଯୋଗଦେବା ପାଇଁ ଓଡ଼ିଶା ଆସିନାହାନ୍ତି। ଏକ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହେବା ପାଇଁ ଆସିଛନ୍ତି। ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ରଙ୍କ ବାପା ଓ ମାଆଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭାରେ ଶ୍ରୀ ସୋରେନ୍‌ ଯୋଗଦେଇଛନ୍ତି। 

Advertisment

ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ହେଉଛନ୍ତି ଜଷ୍ଟିସ୍‌ ସଞ୍ଜୟ କୁମାର ମିଶ୍ର। ସେ ହେଉଛନ୍ତି ବଲାଙ୍ଗିର ପୁଅ। ଜଷ୍ଟିସ୍‌ ମିଶ୍ରଙ୍କ ମାଆଙ୍କ ବିୟୋଗର ଦଶଦିନ ପରେ ତାଙ୍କ ପିତା ବରିଷ୍ଠ ଆଇନ୍‌ଜୀବୀ ମାର୍କଣ୍ଡ ମିଶ୍ରଙ୍କ ଦେହାନ୍ତ ହୋଇଥିଲା। ପୁଅ ଭାବରେ ମୁଖାଗ୍ନି ଦେଇ ମାଆ ଓ ବାପାଙ୍କ ଶୁଦ୍ଧିକ୍ରିୟା କରିଥିଲେ ଜଷ୍ଟିସ୍‌ ମିଶ୍ର।

ଆଜି ବଲାଙ୍ଗିରରେ ଏକ ହୋଟେଲ ପରିସରରେ ଉଭୟ ବାପା ଓ ମାଆଙ୍କ ଦ୍ଵାଦଶାହ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଯୋଗଦେଇଥିଲେ। ଶ୍ରୀ ସୋରେନ୍‌ ସ୍ୱତନ୍ତ୍ର ପ୍ଲେନରେ ଝାଡ଼ଖଣ୍ଡରୁ ଆସି ତୁଷୁରା ଏୟାରଷ୍ଟ୍ରିପରେ ଓହ୍ଲାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ପରେ କଡା ସୁରକ୍ଷା ବ୍ୟବସ୍ଥା ଭିତରେ ତାଙ୍କୁ ଦ୍ଵାଦଶାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ହୋଟେଲକୁ ନିଆଯାଇଥିଲା।

Advertisment

ସେଠାରେ ଶ୍ରୀ ସୋରେନ୍‌ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏଥିରେ ଓଡ଼ିଶା ଓ ଝାଡ଼ଖଣ୍ଡ ରାଜ୍ୟର ବହୁ ମନ୍ତ୍ରୀ, ବିଚାରପତି ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ସୋରେନ୍‌ଙ୍କ ସୁରକ୍ଷାରେ ୫ ଜଣ ଡିଏସ୍‌ପି, ୧୦ ଜଣ ଇନ୍ସପେକ୍ଟର, ୨୦ଜଣ ଏସ୍‌ଆଇ ଓ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।
ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir