Advertisment

ଭରା ସଭାରେ ଅସୁସ୍ଥ ହେଲେ ସାମ୍ୱାଦିକ, ଚିକିତ୍ସା ପାଇଁ ଅପିଲ୍‌ କଲେ ମୋଦି

ବାରିପଦାର ଐତିହାସିକ ଛଉ ପଡ଼ିଆରେ ଆୟୋଜିତ ହୋଇଥିଲା ନିର୍ବାଚନୀ ସଭା। ନିର୍ଦ୍ଧାରିତ ସମୟରେ ସଭା ସ୍ଥଳରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଝଲକ ଟିକେ ପାଇବା ପାଇଁ ସଭାରେ ଖଚାଖଚ୍‌ ଭିଡ ହୋଇଥିଲା।

Baripada

Baripada

Advertisment

ଭରା ସଭାରେ ଅସୁସ୍ଥ ହେଲେ ସାମ୍ୱାଦିକ। ଏହା ଦେଖି ଭାଷଣକୁ ଅଧାରୁ ବନ୍ଦ କରି ଚିକିତ୍ସା ପାଇଁ ନିଜ ମେଡ଼ିକାଲ୍‌ ଟିମ୍‌କୁ ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତା’ପରେ ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସା ଦାୟୀତ୍ୱରେ ଥିବା ମେଡ଼ିକାଲ୍‌ ଟିମ୍‌ ଅସୁସ୍ଥ ସାମ୍ୱାଦିକଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇଦେଇଥିଲେ।

Advertisment

ବାରିପଦାର ଐତିହାସିକ ଛଉ ପଡ଼ିଆରେ ଆୟୋଜିତ ହୋଇଥିଲା ନିର୍ବାଚନୀ ସଭା। ନିର୍ଦ୍ଧାରିତ ସମୟରେ ସଭା ସ୍ଥଳରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ଝଲକ ଟିକେ ପାଇବା ପାଇଁ ସଭାରେ ଖଚାଖଚ୍‌ ଭିଡ ହୋଇଥିଲା। ଖରା ଏବଂ ଗୁଳୁଗୁଳିକୁ ଖାତିର ନକରି ବିଜେପି କର୍ମୀ ଓ ମୋଦିଙ୍କୁ ଭଲ ପାଉଥିବା ଲୋକଙ୍କର ଭିଡ ହୋଇଥିଲା। ଜୟ ଜଗନ୍ନାଥ, ଶ୍ରୀରାମ ନାରାରେ କମ୍ପୁଥିଲା ପଡ଼ିଆ।

ସ୍ୱାଗତ ଉତ୍ସବ ପରେ ଭାଷଣ ଦେବା ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାଷଣ ଚାଲିଥିବା ଜଣେ ଗଣମାଧ୍ୟମ ପ୍ରତିନିଧି ଦୋଳଗୋବିନ୍ଦ ବାରିକ ହଠାତ୍‌ ଚେତା ହରାଇ ତଳେ ପଡ଼ିଯାଇଥିଲେ। ଏହା ଦେଖି ଭାଷଣକୁ ଅଧାରୁ କିଛି ସମୟ ପାଇଁ ବନ୍ଦ କରିଥିଲେ ମୋଦି। ସାମ୍ୱାଦିକ ଭାଇଙ୍କୁ ଉଦ୍ଧାର କରି ଚିକିତ୍ସା ସେବା ଯୋଗାଇବା ପାଇଁ ଅପିଲ୍‌ କଲେ ମୋଦି। ତା’ପରେ ତାଙ୍କ ପାଖରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ମେଡ଼ିକାଲ୍‌ ଟିମ୍‌। ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସା ସେବା ଯୋଗାଇଥିଲେ।

Advertisment

ପ୍ରାଥମିକ ଚିକିତ୍ସା ପରେ ଦୋଳଗୋବିନ୍ଦଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ର ଅଂଶୁଘାତ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସାମାନ୍ୟ ସୁସ୍ଥ ହୋଇଛନ୍ତି।

ସୂଚନାରୁ ପ୍ରକାଶ, ଆଜି ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ଗରମ ଅନୁଭୂତ ହୋଇଛି। ତାପମାତ୍ରା ୩୯.୯ ଡିଗ୍ରୀ ରହିଥିଲା ବେଳେ ଆଦ୍ରତା ବହୁତ ରହିଥିଲା। ସେଥିପାଇଁ ପ୍ରବଳ ଗୁଳୁଗୁଳି ହେଉଥିଲା। ତାତିରେ ଦେହ ପୋଡ଼ି ଯାଉଥିଲା। ଏପରି ସ୍ଥିତିରେ ବାହାରେ ବୁଲିବା କଷ୍ଟକର ହେଉଥିଲା। ସେଥିପାଇଁ ଶ୍ରୀ ବାରିକ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe