sarat mishra
ବରିଷ୍ଠ ସାମ୍ବାଦିକ ତଥା ‘ସମାଜ’ର ପୂର୍ବତନ ସମ୍ପାଦକ ଶରତ ମିଶ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା। ବରମୁଣ୍ଡା ହାଉସିଂବୋର୍ଡ ବାସଭବନରେ ଶ୍ରୀ ମିଶ୍ରଙ୍କ ମରଶରୀରକୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଦର୍ଶନ କରିଛନ୍ତି।
ଗଞ୍ଜାମ ଜିଲ୍ଲା ସୋରଡ଼ାରେ ୧୯୩୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ ଶରତ ମିଶ୍ର। ଶ୍ରୀ ମିଶ୍ର ଅନେକ ପତ୍ରପତ୍ରିକା ପାଇଁ ସାମ୍ବାଦିକତା କରିଛନ୍ତି। ୧୯୯୬ରେ ବ୍ରହ୍ମପୁରରୁ ପ୍ରକାଶିତ ଦୈନିକ ‘ଅନୁପମ ଭାରତ’ର ପ୍ରତିଷ୍ଠାତା ସମ୍ପାଦକ ଭାବେ କାର୍ଯ୍ୟଭାର ଗ୍ରହଣ କରି ଓଡ଼ିଆ ସାମ୍ବାଦିକତା ଜଗତରେ ନୂଆ ବିପ୍ଲବ ଆଣିଥିଲେ।
ଏହା’ସହ ‘ସମାଜ’ ଓ ଫିଚର ପତ୍ରିକା ‘ଆମ ସମୟର ପ୍ରତିନିଧି’ର ସମ୍ପାଦକ ଭାବେକାର୍ଯ୍ୟ କରିଥିଲେ ଶ୍ରୀ ମିଶ୍ର। ତାଙ୍କ ବିୟୋଗରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1698977925.jpg)