Advertisment

ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତାକୁ ଓହ୍ଲାଇଲେ ସାମ୍ବାଦିକ

ରଘୁନନ୍ଦନ ପୂର୍ବରୁ ଲୋକସମ୍ପର୍କ ବିଭାଗ ଦାୟିତ୍ୱରେ ଥିଲେ ତଥାପି କେମିତି ସାମ୍ବାଦିକଙ୍କ ଉପରେ ଏଭଳି ବ୍ୟବହାର କରିପାରିଲେ ସେ ନେଇ କଡ଼ା ଅସନ୍ତୋଷ ପ୍ରକାଶ ପାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
journalist protest

journalist protest

ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ ଜଣେ ମହିଳା ସାମ୍ବାଦିକଙ୍କ ଉପରକୁ କୁକୁର ଛାଡ଼ିବା ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକ। ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସାମ୍ବାଦିକମାନେ ଦାବି କରିଛନ୍ତି। ଘଟଣାକୁ ୩ ଦିନ ବିତି ଯାଇଥିବା ସତ୍ତ୍ୱେ ପୁଲିସ୍ କାହିଁକି କାର୍ଯ୍ୟାନୁଷ୍ଠାନ ନେଇନି ତାକୁ ନେଇ ସାମ୍ବାଦିକମାନେ ପ୍ରଶ୍ନ ଉଠାଇଛନ୍ତି। ରଘୁନନ୍ଦନ ପୂର୍ବରୁ ଲୋକସମ୍ପର୍କ ବିଭାଗ ଦାୟିତ୍ୱରେ ଥିଲେ। ତଥାପି କେମିତି ସାମ୍ବାଦିକଙ୍କ ଉପରେ ଏଭଳି ବ୍ୟବହାର କରିପାରିଲେ ସେ ନେଇ  ଅସନ୍ତୋଷ ପ୍ରକାଶ କରିଛନ୍ତି। 

Advertisment

୩ ଦିନ ତଳେ ବିଜେଡିର ସଂଗ୍ରଠନ ସଂପାଦକ ପ୍ରଣବ ପ୍ରକାଶ ଦାସ( ବବି)ଙ୍କ କ୍ୱାର୍ଟର୍ସର ନିର୍ମାଣ ଭଙ୍ଗା ଘଟଣାକୁ କଭରେଜ୍ ବେଳେ କର୍ତ୍ତବ୍ୟରତ ମହିଳା ସାମ୍ବାଦିକାଙ୍କ ଉପରକୁ ରଘୁନନ୍ଦନ କୁକୁର ଛାଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ସମ୍ପୃକ୍ତ ଘରୋଇ ଚ୍ୟାନେଲ ପକ୍ଷରୁ ରଘୁନନ୍ଦନଙ୍କ   ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦିଆଯାଇଥିଲା। ରଘୁନନ୍ଦନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ତେବେ ଘଟଣାକୁ ୩ ଦିନ ବିତି ଯାଇଥିଲେ ମଧ୍ୟ ରଘୁନନ୍ଦନ ଦାସଙ୍କ ଉପରେ ପୁଲିସ୍ କାହିଁକି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ତା’ର ପ୍ରତିବାଦରେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ସାମ୍ବାଦିକ।

ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି କହିଛନ୍ତି, ରାଜଧାନୀରେ ମହିଳା ସାମ୍ବାଦିକଙ୍କୁ  ଜଣେ ବରିଷ୍ଠ ନେତା ଦୁର୍ବ୍ୟବହାର କରିବା ଲଜ୍ୟାଜନକ କଥା। ଏହି ଘଟଣା ସାରା ରାଜ୍ୟରେ ସାମ୍ବାଦିକମାନଙ୍କୁ ମର୍ମାହତ ଓ କ୍ଷୁବ୍ଧ କରିଛି। ଯିଏ ଏପରି ଘଟାଇଲେ ସେ ରାଜ୍ୟର ସୂଚନା ଓ ଲୋକସମ୍ପର୍କ ବିଭାଗରେ ମନ୍ତ୍ରୀ ଥିଲେ। ଏହାଠୁ ଦୁର୍ଭାଗ୍ୟଜନକ କଥା ଆଉ କିଛି ନ ଥାଇପାରେ। ଏହି ଘଟଣା ପାଇଁ ପୂର୍ବତନ ମନ୍ତ୍ରୀ କ୍ଷମାପ୍ରାର୍ଥନା କରି ନାହାନ୍ତି। ଅନ୍ୟପକ୍ଷରେ ସିଏ ଯାହା କରିଛନ୍ତି ଠିକ୍‌ କରିଛନ୍ତି ବୋଲି ପକ୍ଷ ରଖିଛନ୍ତି। ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ଯାହା ଆକ୍ସନ ନେଇଛି ତାହା ପର୍ଯ୍ୟାପ୍ତ ନୁହେଁ। ପୁଲିସ ତୁରନ୍ତ ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ପୁଲିସ ଯେପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିବ ସେପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଘଟଣାକୁ ଦୃଷ୍ଟି ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। 

Advertisment
Bhubaneswar Journalist Atttack