Advertisment

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଅସୁସ୍ଥ, ଦିଲ୍ଲୀ ଏମ୍ସରେ ଭର୍ତ୍ତି

ପତ୍ନୀଙ୍କ ପରଲୋକ ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ତାଙ୍କୁ ଦିଲ୍ଲୀ ଏମସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଛି ।

author-image
Niharika Rout
Juel Oram

Juel Oram

ପତ୍ନୀଙ୍କ ପରଲୋକ ପରେ ଅସୁସ୍ଥ ହୋଇ ପଡ଼ିଛନ୍ତି ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ତାଙ୍କୁ ଦିଲ୍ଲୀ ଏମସର ନ୍ୟୁ ପ୍ରାଇଭେଟ୍ ୱାର୍ଡରେ ଭର୍ତ୍ତି କରାଯାଇଛି ।

Advertisment

ଗତ ୧୧ରେ ଡେଙ୍ଗୁରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଫେରିଥିଲେ ଜୁଏଲ୍। ଏବେ ପୁଣି ଥରେ ଅସୁସ୍ଥ ହେବା ପରେ ତାଙ୍କୁ ଦିଲ୍ଲୀ ଏମସର ଛାତି ରୋଗ ବିଭାଗରେ ଭର୍ତ୍ତି କରାଯାଇଛି।

ଗତ ୩ ଦିନ ତଳେ ଜୁଏଲଙ୍କ ପତ୍ନୀ ଝିଙ୍ଗିଆ ଓରାମଙ୍କ ଦେହାନ୍ତ ହୋଇଥିଲା। ଝିଙ୍ଗିଆ ଓରାମ ୯ ଦିନ ଧରି ଡେଙ୍ଗୁରେ ଆକ୍ରାନ୍ତ ଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Advertisment

ପତ୍ନୀଙ୍କ ଏପରି ଅଚାନକ ବିୟୋଗରେ ଜୁଏଲ ଓରାମ ଦୁଃଖରେ ଖୁବ୍‌ ଭାଙ୍ଗି ପଡ଼ିବା ସହ ଚିନ୍ତାଗସ୍ତ ହୋଇପଡ଼ିଥିଲେ। ଏହାପରେ ହଠାତ୍‌ ସେ ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ। 

AIIMS In Delhi Juel Oram