ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନିଯୁକ୍ତି ମିଳିଛି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ବିଚାରବିମର୍ଶ ପରେ ରାଜ୍ୟପାଳ ରଘୁବର ଦାସ ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିହ୍ନାଙ୍କୁ ମନୋନୀତ କରିଛନ୍ତି । ଏନେଇ ରାଜ୍ୟ ଆଇନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
Also Read
ଉଲ୍ଲେଖଯୋଗ୍ୟ, ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ । କିନ୍ତୁ ସେ ଜୁଲାଇ ୩ତାରିଖରେ ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି ହେବାପରେ ଏହି ପଦବୀ ଖାଲି ପଡ଼ିଥିଲା ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Miscellaneous
ଖବର ବାଜିଲା, ଜିଏ ଉଠିଲା!
ଆଜି ଜିଏ ଓ ବିଡିଏର ଜଏଣ୍ଟ ଏଭିକସନ୍ ସ୍କାଡ୍ ପଟିଆ ଶିଶୁ ବିହାର ଅଂଚଳରେ ପ୍ଲଟ-୪୧୨ରେ କିଟ୍ ଦଖଲରେ ଥିବା ସରକାରୀ ଜମିରୁ ଉଚ୍ଛେଦ ଆରମ୍ଭ କରିଛି। ଏଠାରେ କିଟ୍ ପକ୍ଷରୁ କେତେକ ଛୋଟ ଷ୍ଟୋର ରୁମ୍ କରାଯାଇ ପାଚେରୀ ଘେରାଯାଇଥିଲା। ତା ଭିତରେ ବାଲି ବି ଜମା କରାଯାଇଥିଲା।

Miscellaneous
ଓଡ଼ିଶା ପୁଲିସରେ ଟେଣ୍ଡର ଫିକ୍ସିଂ ଜଳଜଳ: ସନ୍ଦେହଘେରରେ ଗୃହ ବିଭାଗ ଓ ଡିଜିପି ଅଫିସ୍
‘ଉପକୂଳ ସୁରକ୍ଷା ପାଇଁ ଡ୍ରୋନକିଣା’ ହେଉ କି ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ରେ ଟେଣ୍ଡର ପ୍ରକ୍ରିୟା, ସବୁଥିରେ ଅନିୟମିତତା ଜଳଜଳ ଦିଶୁଥିଲେ ମଧ୍ୟ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି ।

Miscellaneous
ଖୋଲିଲା ହୀରାକୁଦ ଡ୍ୟାମର ୨୦ଟି ଗେଟ୍: ନିଷ୍କାସିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ
ହୀରାକୁଦ ଡ୍ୟାମରୁ ନିଷ୍କାସିତ ବନ୍ୟାଜଳ କଟକର ମୁଣ୍ଡଳିରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିବ।

Miscellaneous
୩ ଘରୋଇ ବ୍ୟାଙ୍କ ଉପରୁ ହଟିଲା ସରକାରୀ ବ୍ୟାନ୍: ନିଷ୍ପତ୍ତିରେ ୟୁ-ଟର୍ଣ୍ଣକୁ ନେଇ ଉଠିଲା ପ୍ରଶ୍ନ
ମାତ୍ର ୧୫ଦିନ ତଳେ ଯେଉଁ ୩ଟି ଘରୋଇ ବ୍ୟାଙ୍କକୁ ସରକାରୀ ଫ୍ଲାଗସିପ ଯୋଜନାରେ ଖରାପ ପ୍ରଦର୍ଶନ ଏବଂ ସାଧାରଣ ବ୍ୟାଙ୍କିଙ୍ଗ ମାନଦଣ୍ଡରେ ନିରାଶାଜନକ କାର୍ଯ୍ୟର ଅଭିଯୋଗରେ ପ୍ୟାନେଲରୁ ବାଦ୍ ଦେଇଥିଲେ ଆଜି କିଭଳି ସେମାନଙ୍କୁ କ୍ଲିନଚିଟ୍ ଦିଆଗଲା ଓ ସରକାରଙ୍କ ଏହି ୟୁ-ଟର୍ଣ୍ଣକୁ ନେଇ ପ୍ରଶ୍ନ ଉଠିଛି ।

Miscellaneous
ପୁରୀ ହେବ ମହାନଗର ନିଗମ
ପୁରୀ ସହରରେ ବିଶ୍ୱସ୍ତରୀୟ ଜଗନ୍ନାଥ ମ୍ୟୁଜିୟମ ପ୍ରତିଷ୍ଠା ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।