Odisha High court
ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନିଯୁକ୍ତି ମିଳିଛି । ସେ ଆସନ୍ତା ୨୦ତାରିଖରୁ ଏହି ନୂଆ ଦାୟିତ୍ୱ ସମ୍ଭାଳିବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିଯୁକ୍ତି ମିଳିବା ପରେ ଆଜି ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଚଳିତମାସ ୧୯ତାରିଖରେ ଚାକିରିରୁ ଅବସର ନେବେ ।
ବିଜ୍ଞପ୍ତି ଅନୁସାରେ, ଆସନ୍ତା ଜାନୁୟାରୀ ୨୦ତାରିଖରୁ ଜଷ୍ଟିସ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାମଚଳା ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ୧୯୬୫ ସେପ୍ଟେମ୍ବର ୨୨ରେ ଜନ୍ମିତ ଜଷ୍ଟିସ ସିହ୍ନା ୧୯୯୧ ମସିହା ମାର୍ଚ୍ଚ ମାସରେ ଓକିଲ ଭାବେ ପଞ୍ଜିକୃତ ହୋଇଥିଲେ । କୋଲାକାତା ହାଇକୋର୍ଟରେ ପ୍ରାୟ ୨୨ବର୍ଷ ଧରି ପ୍ରାକ୍ଟିସ କରିବା ପରେ ତାଙ୍କୁ ୨୦୧୩ ଅକ୍ଟୋବର ୩୦ତାରିଖରେ ଅତିରିକ୍ତ ଜଜ୍ ଭାବେ ନିଯୁକ୍ତି ମିଳିଥିଲା । ୨୦୧୬ ମାର୍ଚ୍ଚ ୧୪ରେ ସେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ୨୦୨୧ ଅକ୍ଟୋବର ୮ତାରିଖରେ ସେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1674493039.jpg)