୮ମାସ ପରେ କାର୍ଯ୍ୟକ୍ଷମ ହେବ ମହାନଦୀ ଟ୍ରିବ୍ୟୁନାଲ, ଜଷ୍ଟିସ ବେଲା ଏମ ତ୍ରିବେଦୀ ନୂଆ ଅଧ୍ୟକ୍ଷ

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ତ୍ରିବେଦୀଙ୍କୁ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।

mahanadi PhotoOR

ମହାନଦୀରେ ଯୁବକଙ୍କୁ ଖୋଜା ହେଉଛି

Ordigital Desk
  • Published: Friday, 13 December 2024
  • Updated: 13 December 2024, 10:41 PM IST

Sports

Latest News

ଓଡ଼ିଶାର ଲାଇଫଲାଇନ୍ ‘ମହାନଦୀ’ ଜଳବିବାଦର ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ପ୍ରାୟ ୮ମାସ ପରେ ପୁଣିଥରେ କାର୍ଯ୍ୟକ୍ଷମ ହେବ ।  ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଗତ ମାର୍ଚ୍ଚ ୧୨ତାରିଖରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଜଷ୍ଟିସ ଏ.ଏମ.ଖାନୱାଲିକର ଇସ୍ତଫା ଦେବାପରେ ଏହି ଟ୍ରିବ୍ୟୁନାଲ ଠପ୍ ହୋଇ ପଡ଼ିରହିଥିଲା । ‘ଓଡ଼ିଶା ରିପୋର୍ଟର’ରେ ଖବର ପ୍ରକାଶିତ ହେବାପରେ ସରକାରୀସ୍ତରରେ ତତ୍ପରତା ବଢ଼ିଥିଲା ।

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜଷ୍ଟିସ ତ୍ରିବେଦୀଙ୍କୁ ଓଡ଼ିଶା-ଛତିଶଗଡ଼ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଟ୍ରିବ୍ୟୁନାଲର ଅନ୍ୟ ଦୁଇ ସଦସ୍ୟ ଦୁଇ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରବିରଞ୍ଜନ ଓ ଜଷ୍ଟିସ ଇନ୍ଦରମିତ୍ କୌର କୋଚର ପୂର୍ବବତ କାର୍ଯ୍ୟ କରିବେ । ଏହି ଦୁଇ ସଦସ୍ୟ ଟ୍ରିବ୍ୟୁନାଲ ଆରମ୍ଭରୁ ରହିଛନ୍ତି ।

Also Read

ଉଲ୍ଲେଖଯୋଗ୍ୟ,ଶେଷଥର ପାଇଁ ଟ୍ରିବ୍ୟୁନାଲରେ ଶୁଣାଣି ୨୦୨୪ ଫେବୃୟାରୀ ୨୨ତାରିଖରେ ହୋଇଥିଲା । ଟ୍ରିବ୍ୟୁନାଲର ଏହି ୪୩ତମ ବୈଠକ ପରେ ମାର୍ଚ୍ଚ ୧୧ତାରିଖରେ ପ୍ରସ୍ତାବିତ ଶୁଣାଣି ହୋଇପାରିନଥିଲା ଓ ଯାହା ମାର୍ଚ୍ଚ ୨୭ତାରିଖକୁ ଧାର୍ଯ୍ୟ ହୋଇଥିଲା । କିନ୍ତୁ ଏହି ଅବଧି ମଧ୍ୟରେ ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଜଷ୍ଟିସ ଖାନୱାଲିକର ଇସ୍ତଫା ଦେଇସାରିଥିବାରୁ ଆଉ ଶୁଣାଣି ସମ୍ଭବପର ହୋଇପାରିନାହିଁ । ଛତିଶଗଡ଼ ସହ ଜଳବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ୨୦୧୮ ମାର୍ଚ୍ଚ ୧୨ତାରିଖରେ ଜଷ୍ଟିସ ଖାନୱାଲିକରଙ୍କ ଅଧ୍ୟକ୍ଷତାରେ ଟ୍ରିବ୍ୟୁନାଲ ଗଠନ କରିଥିଲେ । ମହାନଦୀ ଟ୍ରିବ୍ୟୁନାଲର ଅବଧିକୁ କେନ୍ଦ୍ର ସରକାର ମଧ୍ୟ ୨୦୨୬ ଏପ୍ରିଲ ୧୩ତାରିଖ ପର୍ଯ୍ୟନ୍ତ ବର୍ଦ୍ଧିତ କରିସାରିଛନ୍ତି । ଟେକିନିକାଲ ଦୃଷ୍ଟିରୁ ଟ୍ରିବ୍ୟୁନାଲରେ ୩ଜଣ ସଦସ୍ୟ ରହିବା ଜରୁରୀ । ତେଣୁ ମହାନଦୀ ଜଳବିବାଦ ଉପରେ କୌଣସି ଶୁଣାଣି ହୋଇପାରିନାହିଁ ।

ସୂଚନାଯୋଗ୍ୟ, ବିଗତ ୩ବର୍ଷରେ ମହାନଦୀର ହୀରାକୁଦଠାରେ ପ୍ରବାହିତ ଜଳର ପରିମାଣ ୨୦୨୧-୨୨ରେ ୧୯.୮ ନିୟୁତ ଏକର ଫୁଟ, ୨୦୨୨-୨୩ରେ ୨୭.୭ନିୟୁତ ଏକର ଫୁଟ ଓ ୨୦୨୩-୨୪ରେ ୨୫.୪ ନିୟୁତ ଏକର ଫୁଟ ରହିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story