/odisha-reporter/media/post_attachments/uploadimage/library/16_9/16_9_0/IMAGE_1721923317.jpg)
Justice Biswanath Ratha
ରତ୍ନଭଣ୍ଡାରକୁ ନେଇ ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଦେଇଛନ୍ତି ବଡ଼ ସୂଚନା। ଓଟିଭିକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ଭିତର ଭଣ୍ଡାରରେ ୩ଟି ତାଲା ପଡ଼ିଥିଲେ ବି ଚାବି ଥିଲା ୨ଟି। ମିଳିଥିବା ବନ୍ଦ ଲଫାପା ଖୋଲିବାରୁ ସେଥିରୁ ୨ଟି ଚାବି ମିଳିଥିଲା। ତାଲା ଏବଂ ଚାବି ଦେଖିବା ପରେ ସେ ଚାବି ସେ ତାଲାର ନୁହେଁ ବୋଲି ଜାଣିଥିଲୁ। ବିଲାତ ଅମଳର ତାଲା ପାଇଁ ଦିଆଯାଇଥିଲା ୨ଟି ଛୋଟ ଚାବି।
ସେ କହିଛନ୍ତି, ଭିତର ରତ୍ନଭଣ୍ଡାର ଖୋଲୁ ଖୋଲୁ ଆମେ ଯାହା ଦେଖିଲୁ ଦୁରବସ୍ଥା ଭଳି ଲାଗିଲା। ରତ୍ନଭଣ୍ଡାର ଏମିତି ରହିବା କଥା ନୁହେଁ ବୋଲି ଆମର ହୃଦବୋଧ ହେଲା। ପ୍ରଥମେ ଦେଖିଲୁ କିଛି ଛୋଟ ଛୋଟ ଧାତୁ ନିର୍ମିତ ଠାକୁର ମୂର୍ତ୍ତି। ଠାକୁର ମୂର୍ତ୍ତି ଗୁଡ଼ିକ ଖଟୁଳି ଉପରେ ଥିବା ଆମେ ଦେଖିବାକୁ ପାଇଲୁ।
ଲୁହା ସିନ୍ଦୁକ ଥିଲା। ସେଥିରେ ୨ଟି ତାଲା ପଡ଼ିବା ବ୍ୟବସ୍ଥା ଥିଲା। କିନ୍ତୁ ଗୋଟିଏ ତାଲା ଠିକ୍ ପଡ଼ିଥିଲା। ଅନ୍ୟ ତାଲାର ଛିଟିକିଣି ଓହଳିଥିଲା। ୨ଟି କାଠ ସିନ୍ଦୁକରେ ତାଲା ନଥିଲା। ସେଗୁଡ଼ିକ ଖୋଲା ପଡ଼ିଥିଲା। ୭୮ ମସିହାରେ ବହୁ ବିଦ୍ୱାନ ବ୍ୟକ୍ତି ରତ୍ନଭଣ୍ଡାର ଭିତରକୁ ଯାଇଥିଲେ। ସେମାନେ ଏମିତି ତାଲା ଖୋଲି ଚାଲି ଆସିଥିବା ମୋର ବିଶ୍ୱାସ ହେଉନି ବୋଲି କହିଛନ୍ତି ଜଷ୍ଟିସ ରଥ।
ସେ କହିଛନ୍ତି, ଲଫାପାରେ ଆମକୁ ଚାବି ସହ ଏକ ତାଲିକା ବି ଦିଆଯାଇଥିଲା। ଉକ୍ତ ତାଲିକା ୧୯୭୮ ବୋଲି କୁହାଯାଉଥିଲେ ବି ତାହା ୨୦୧୮ରେ ପ୍ରସ୍ତୁତ କରାଯାଇ ଥାଇପାରେ। ମୁଁ କହିବି ୧୮ରେ ଯେଉଁ ଚାବି ମଳିଲା, ସେତିକିବେଳେ ରଖାଯାଇ ଥାଇପାରେ। ଯଦି ତାଲିକାଟି ୧୯୭୮ ମସିହାର, ତେବେ ସେଥିରେ ପୁରୁଣା ଚାବି ରହିବା କଥା। ୨୦୧୮ରେ ତତ୍କାଳୀନ ଜିଲ୍ଲାପାଳ କହିଲେ ଡୁପ୍ଲିକେଟ ଚାବି ମିଳିଥିବା କଥା କହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
