ସରକାର ଗଢ଼ିଲେ ଜଷ୍ଟିସ ଚୌଧୁରୀ କମିଟି: ସୁବ୍ୟବସ୍ଥିତ ହେବ ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ଓ ନିଯୋଗଗୁଡ଼ିକର ଅଧିକାରର ସମୀକ୍ଷା

ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଅସହଯୋଗ, ପ୍ରଶାସନିକ ନିୟନ୍ତ୍ରଣରେ ବିଫଳତା ଓ ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରିତାରେ ନହେବା ଯୋଗୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ଲାଗି ରହିଛି ।

Lingaraj Temple PhotoOR

ଲିଙ୍ଗରାଜ ମନ୍ଦିର

Ordigital Desk
  • Published: Thursday, 08 May 2025
  • Updated: 08 May 2025, 08:57 PM IST

Sports

Latest News

ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତିରେ ବାରମ୍ବାର ବିଶୃଙ୍ଖଳା ଉପୁଜିବା ପରେ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ ଦୁର୍ଗାପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତି, ସେବା-ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବିଭିନ୍ନ ନିଯୋଗର ଅଧିକାର(ରେକର୍ଡ ଅଫ ରାଇଟସ)ର ସମୀକ୍ଷା ଏବଂ ଚୂଡ଼ାନ୍ତ ନିର୍ଦ୍ଧାରଣ କରି ସରକାରଙ୍କୁ ରିପୋର୍ଟ ଦେବେ । କମିଟିରେ ଜଷ୍ଟିସ ଚୌଧୁରୀଙ୍କ ସମେତ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ରହିଛନ୍ତି । ଲିଙ୍ଗରାଜ ମନ୍ଦିରରରେ ସେବା ପ୍ରଦାନ କରୁଥିବା ବିଭିନ୍ନ ନିଯୋଗ ମଧ୍ୟରେ ମତପାର୍ଥକ୍ୟ ଯୋଗୁ ମହାପ୍ରଭୁଙ୍କ ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ହୋଇ ଆସୁଛି । ଶେଷଥର ୨୦୨୫ ଜାନୁୟାରୀ ମାସରେ ମକରସଂକ୍ରାନ୍ତିବେଳେ ୩ଦିନ ଧରି ନୀତିକାନ୍ତି ବନ୍ଦ ରହିଥିଲା । ପୂର୍ବ ବିଜେଡି ସରକାର ୨୦୨୦ ଡିସେମ୍ବର ମାସରେ ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଆଣିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ରାଜନୀତିକ କାରଣରୁ କାର୍ଯ୍ୟକାରୀ ନକରିବାରୁ ମନ୍ଦିର ପରିଚାଳନାରେ ବିଶୃଙ୍ଖଳା ଲାଗି ରହିଥିବା କୁହାଯାଉଛି ।

ଜଷ୍ଟିସ ଚୌଧୁରୀ କମିଟି ଗଠନ

ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଡକ୍ଟର ଜଷ୍ଟିସ ଦୁର୍ଗାପ୍ରସନ୍ନ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି । କମିଟିରେ ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର ସଦସ୍ୟ ରହିଛନ୍ତି । ଏହି ଦୁଇଜଣିଆ କମିଟି ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ସେବା-ପୂଜା କାର୍ଯ୍ୟ ସମ୍ପାଦନ କରୁଥିବା ବିଭିନ୍ନ ନିଯୋଗର ଅଧିକାରର ସମୀକ୍ଷା କରିବେ । ଆବଶ୍ୟକ ପଡ଼ିଲେ ସ୍ୱତ୍ତ୍ୱଲିପି ସମୀକ୍ଷା ଓ ପ୍ରସ୍ତୁତି ମାଧ୍ୟମରେ ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ । ଆଇନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ଆଇନର କାର୍ଯ୍ୟକାରିତା , ସେବାୟତଙ୍କ ମଧ୍ୟରେ ସମନ୍ୱୟ ଓ ପ୍ରଶାସନିକ ନିୟନ୍ତ୍ରଣ ସମ୍ପର୍କରେ ମଧ୍ୟ କମିଟି ନିଜର ମତାମତ ଦେବେ ବୋଲି ଆଇନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

ନୀତି ବିଭ୍ରାଟ ଯୋଗୁ ଅସ୍ୱାଭାବିକ ପରିସ୍ଥିତି

ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଅସହଯୋଗ, ପ୍ରଶାସନିକ ନିୟନ୍ତ୍ରଣରେ ବିଫଳତା ଓ ସ୍ୱତନ୍ତ୍ର ଆଇନ କାର୍ଯ୍ୟକାରିତାରେ ନହେବା ଯୋଗୁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ନୀତିକାନ୍ତିରେ ବାରମ୍ବାର ବିଭ୍ରାଟ ଲାଗି ରହିଛି । ଏହି କାରଣରୁ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେବା ସହ ମନ୍ଦିରର ପାରମ୍ପାରିକ ମର୍ଯ୍ୟାଦା ମଧ୍ୟ ପ୍ରଭାବିତ ହେଉଛି । ୨୦୨୫ ଜାନୁୟାରୀ ମାସରେ ମକର ସଂକ୍ରାନ୍ତିବେଳେ ପ୍ରଭୁ ଲିଙ୍ଗରାଜଙ୍କ କ୍ଷୀର ଆଉଟା ନୀତିକୁ ନେଇ ବଡ଼ୁ ନିଯୋଗ ଓ ବ୍ରାହ୍ମଣ ନିଯୋଗ ମଧ୍ୟରେ ବିବାଦ ହୋଇଥିଲା । ଏହି କାରଣରୁ ୩ଦିନ ଧରି ଠାକୁରଙ୍କ ମଙ୍ଗଳ ଆଳତି, ଅବକାଶ ନୀତି ଓ ଅନ୍ୟାନ୍ୟ ନୀତିକାନ୍ତି ବନ୍ଦ ରହିଥିଲା । ମକର ମଣ୍ଡପରେ ଠାକୁର ଉପାସ ଅବସ୍ଥାରେ ମଧ୍ୟ ରହିଥିଲେ । ଫଳରେ ଶ୍ରଦ୍ଧାଳୁମାନେ ଅଭଡ଼ା ନପାଇ ନିରାଶ ହୋଇଥିଲେ। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସମାଧାନ କରାଯାଇଥିଲା, ମାତ୍ର ତାହା ପ୍ରଭାବୀ ହୋଇପାରିନାହିଁ । ସେହିପରି ୨୦୨୪ ଡିସେମ୍ବର ମାସରେ ଓଢ଼ଣ ଷଷ୍ଠୀବେଳେ ମହାପ୍ରଭୁ ଲିଙ୍ଗରାଜଙ୍କ ଅଧିବାସ ପୂଜା ନେଇ ପୂଜାପଣ୍ଡା ନିଯୋଗ ଓ ବଡ଼ୁ ନିଯୋଗ ମଧ୍ୟରେ ବିବାଦ ହୋଇଥିଲା । ଏହି କାରଣରୁ ସମସ୍ତ ନୀତିକାନ୍ତି, ମଙ୍ଗଳ ଆଳତିରୁ ଆରମ୍ଭ କରି ଅଭଡ଼ା ପର୍ଯ୍ୟନ୍ତ ବନ୍ଦ ରହିଥିଲା । ପ୍ରଶାସନର ହସ୍ତକ୍ଷେପ ସତ୍ତ୍ୱେ ମହାପ୍ରଭୁଙ୍କ ଅଧିବାସ ପୂଜାକୁ ନେଇ ସେବାୟତଙ୍କ ମଧ୍ୟରେ ବିବାଦ ରହିଆସିଛି । ମକର ସଂକ୍ରାନ୍ତିବେଳେ ମହାପ୍ରଭୁଙ୍କ ନୀତିକାନ୍ତି ୩ଦିନ ଧରି ବନ୍ଦ ରହିବାପରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିବାଦ ସୃଷ୍ଟିକାରୀ ସେବାୟତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ । ଏହାସହିତ ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ ଓ ସ୍ୱତନ୍ତ୍ର ଲିପି ପ୍ରସ୍ତୁତି ପାଇଁ ପ୍ରସ୍ତାବ ରହିଛି ବୋଲି ସୂଚନା ଦେଇଥିଲେ ।

ପ୍ରଶାସନିକ ବିଫଳତା

ଲିଙ୍ଗରାଜ ମନ୍ଦିରର ସେବାୟତମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ମନ୍ଦିର ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ ବାରମ୍ବାର ବିଫଳ ହୋଇଥିବାର ନଜିର ରହିଛି । ବୈଠକ ଓ ଆଲୋଚନା ସତ୍ତ୍ୱେ ସ୍ଥାୟୀ ସମାଧାନ ବାହାରିପାରୁନି । ସେବାୟତମାନେ ନିୟମିତ ଭାବେ ଯେକୌଣସି ବିଭ୍ରାଟ ନିମନ୍ତେ ମନ୍ଦିର ପ୍ରଶାସନକୁ ଦାୟୀ କରୁଛନ୍ତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଢ଼ାଂଚାରେ ୨୦୨୦ ଡିସେମ୍ବରରେ ତତକାଳୀନ ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଘୋଷଣା ହେବାପରେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇପାରି ନାହିଁ । ମନ୍ଦିର ପରିଚାଳନାରେ ଶୃଙ୍ଖଳା, ସେବାୟତଙ୍କ ଅଧିକାର ଓ ଦାୟିତ୍ୱ, ମନ୍ଦିର ସମ୍ପତ୍ତିର ସୁରକ୍ଷା, ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ଅନ୍ୟାନ୍ୟ ସେବାରେ ସୁବିଧା କରିବାରେ ପ୍ରଶାସନ ବିଫଳ ହୋଇଛି ।

ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରମୁଖ ନିଯୋଗ ଓ ସେବା

ଶ୍ରୀଲିଙ୍ଗରାଜ ମନ୍ଦିରରେ ମୁଖ୍ୟତଃ ୩ଟି ନିଯୋଗର ସେବାୟତମାନେ ଦୈନନ୍ଦିନ ନୀତିକାନ୍ତିରେ ପ୍ରମୁଖ ଭୂମିକା ତୁଲାଇଥାନ୍ତି । ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବା କାର୍ଯ୍ୟ ପାଇଁ ପୂଜାପଣ୍ଡା ନିଯୋଗ, ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗଙ୍କ  ସମେତ ମୋଟ ୩୬ଟି ଭିନ୍ନ ସେବା କାର୍ଯ୍ୟ ଜଡ଼ିତ ଥିବା ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story