Advertisment

ରତ୍ନଭଣ୍ଡାରକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଜଷ୍ଟିସ ରଥ

ଜଷ୍ଟିସ୍ ଦାସ କହିଛନ୍ତି ଯେ, ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତରେ ତାଙ୍କୁ ଆବଶ୍ୟକ ସହଯୋଗ ମିଳିନଥିଲା। ଏମିତିକି ମିଳିଥିବା ଡୁପ୍ଲିକେଟ୍‌ ଚାବି ଦେଖିବାକୁ କେମିତି, ତାହା କେଉଁଠି ଥିଲା, ତାହା କୁହାଯାଇନଥିଲା?

ଅଦ୍ୟତନ ହୋଇଛି
undefined

Puri Tumple

Advertisment

“ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡରରେ ଲାଗିଥିଲା ୩ଟି ତାଲା। ସେହି ତାଲା ବହୁ ଷ୍ଟ୍ରଙ୍ଗ ଓ ବିଲାତି ଅମଳର। ହେଲେ ଆମ ପାଖରେ ଥିଲା ୨ଟି ଚାବି। କେଉଁ ଗୋଟିଏ ଚାବିରେ ଖୋଲିନଥିଲା ତାଲା। ସବୁ ତାଲା ଭଙ୍ଗା ହେଲା। ଅଳଙ୍କାର ଭର୍ତ୍ତୀ ୨ଟି କାଠ ଆଲମାରୀରେ କୋଲପ ପଡ଼ିନଥିଲା। ଲୁହା ସିନ୍ଦୁକ ମଧ୍ୟ ଦୋଦୁଲ୍ୟମାନ ଅବସ୍ଥାରେ ଥିଲା।” ଓଟିଭି ଖୋଲା କଥାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି।

Advertisment

ଶ୍ରୀମନ୍ଦିର ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷଙ୍କ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମହଲରେ ସୃଷ୍ଟି କରିଛି ହଇଚଇ। ସେପଟେ ଡୁପ୍ଲିକେଟ ଚାବି ଥିବା ଲଫାପା ଭିତରୁ ମିଳିଥିବା ଅଳଙ୍କାର ଲିଷ୍ଟ ୧୯୭୮ ମସିହା ନା ୨୦୧୮ର? ତାକୁ ନେଇ ମଧ୍ୟ ବଢ଼ିଲାଣି ଆଶଙ୍କା।

ତେବେ ଏଠି ପ୍ରଶ୍ନ ଉଠୁଛି, ଜାଣିଶୁଣି କିଏ ବନେଇ ଥିଲା କି ଭିତର ରତ୍ନଭଣ୍ଡାରର ନକଲି ଚାବି? ୨୦୧୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ ପାଇଁ ଯାଇ ଚାବି ନଥିବାରୁ ପ୍ରାଧିକୃତ ଟିମ୍ ଫେରି ଆସିବା ଓ ତାକୁ ନେଇ ତମ୍ବି ତୋଫାନ ପରେ ଜିଲ୍ଲା ଟ୍ରେଜେରୀ ଅଫିସରୁ ଏକ ବନ୍ଦ ଲଫାପାରେ ରତ୍ନଭଣ୍ଡାରର ଡୁପ୍ଲିକେଟ୍ ଚାବି ଥିବା ନେଇ ସେତେବେଳେ ପୁରୀର ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ଦେଇଥିବା ସୂଚନା ଏବେ ପୁରା ପ୍ରସଙ୍ଗକୁ ଅଧିକ କୁହେଳିକା ପୂର୍ଣ୍ଣ କରିଛି। ଆଉ ଏଭଳି ସ୍ଥିତିରେ ବର୍ତ୍ତମାନର ନୂଆ ସରକାର ଡୁପ୍ଲିକେଟ୍ ଚାବି ପ୍ରସଙ୍ଗର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ତତ୍କାଳୀନ ଜିଲ୍ଲାପାଳଙ୍କୁ ମଧ୍ୟ ଅନୁସନ୍ଧାନ ପରିସରକୁ ଆଣିବାକୁ ଦାବି କଲେଣି ଉଭୟ ବୁଦ୍ଧିଜୀବୀ ଓ ସେବାୟତ।

Advertisment

ଗୋଟିଏ ପଟେ ୨୦୧୮ ମସିହାର ଡୁପ୍ଲିକେଟ୍ ଚାବି ନିଆଁକୁ, ବର୍ତ୍ତମାନର ରତ୍ନଭଣ୍ଡାର ଯାଞ୍ଚ କମିଟି ମୁଖ୍ୟ ଜଷ୍ଟିସ୍ ରଥଙ୍କ ତାଜା ତଥ୍ୟ ଅଧିକ କୁହୁଳାଇଥିବା ବେଳେ ଉକ୍ତ ଘଟଣାର ତଦନ୍ତ କରିଥିବା ଜଷ୍ଟିସ୍‌ ରଘୁବୀର ଦାସ କମିଶନଙ୍କ ରିପୋର୍ଟକୁ ବିଜେଡି ସରକାର କାହିଁକି ଚପାଇ ରଖିଥିଲେ ତାକୁ ନେଇ ବଢ଼ିଛି ସନ୍ଦେହ। ଏମିତିକି ନିଜେ ତଦନ୍ତ କମିଶନ ମୁଖ୍ୟ ଜଷ୍ଟିସ୍‌ ରଘୁବୀର ଦାସ ଏକ ୱେବ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ବିଜେଡି ସରକାରର ଲୋକ ଦେଖାଣିଆ ଅନୁସନ୍ଧାନର ପୋଲ୍‌ ଖୋଲିଛି। ଜଷ୍ଟିସ୍ ଦାସ କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତରେ  ଆବଶ୍ୟକ ସହଯୋଗ ମିଳିନଥିଲା। ଏମିତିକି ମିଳିଥିବା ଡୁପ୍ଲିକେଟ୍‌ ଚାବି ଦେଖିବାକୁ କେମିତି, ତାହା କେଉଁଠି ଥିଲା, ତାହା ମଧ୍ୟ ଶେଷ ଯାଏଁ ଜାଣିପାରି ନଥିଲି। ଚାବି କେମିତି ହଜିଗଲା? ତା’ର କେହି ସନ୍ତୋଷଜନକ ଉତ୍ତର ଦେଇନଥିଲେ ଓ ପୁରା ଘଟଣାରେ ଶ୍ରୀମନ୍ଦିର ଆକ୍ଟକୁ ଆଦୌ ଅନୁସରଣ କରାଯାଇନଥିଲା ବୋଲି ଜଷ୍ଟିସ୍‌ ଦାସ କହିଥିଲେ।

ମହାପ୍ରଭୁଙ୍କ ରତ୍ନଭଣ୍ଡାର ପଛରେ ଏକ ବଡ଼ କେଳେଙ୍କାରୀର ଗନ୍ଧ ଆସୁଥିବା ବେଳେ ପୂର୍ବତନ ପ୍ରଶାସକ ସହଦେବ ସାହୁ କହିଛନ୍ତି, ବର୍ତ୍ତମାନର ରତ୍ନଭଣ୍ଡାର ତଦାରଖ କମିଟି ମୁଖ୍ୟ ଜଷ୍ଟିସ୍‌ ବିଶ୍ୱନାଥ ରଥ ଡୁପ୍ଲିକେଟ୍‌ ଚାବିକୁ ନେଇ ଉଠାଇଥିବା ଆଶଙ୍କା ଲିଖିତ ଭାବେ ସରକାରଙ୍କୁ ଜଣାଇଲେ, ପୂର୍ବତନ ଜିଲ୍ଲାପାଳ ନିଶ୍ଚିତ ତଦନ୍ତ ପରିସରକୁ ଆସିବେ।

ତେବେ ଏ ନେଇ ଆମେ ତତ୍କାଳୀନ ପୁରୀ ଜିଲ୍ଲାପାଳ ତଥା ବର୍ତ୍ତମାନର ଉଚ୍ଚଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରି ନାହିଁ।

ଗଣମାଧ୍ୟମ ଆଗରେ ଜଷ୍ଟିସ୍‌ ବିଶ୍ୱନାଥ ରଥ ବଖାଣିଥିବା ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଅସଲ ସ୍ଥିତି ଆଉ ପୂର୍ବ ବିଜେଡି ସରକାର ଅମଳରେ ଡୁପ୍ଲିକେଟ୍‌ ଚାବିକୁ ନେଇ ହୋଇଥିବା ଲୋକ ଦେଖାଣିଆ ତଦନ୍ତ, ସନ୍ଦେହର ନୂଆ ପାହାଡ଼ ସୃଷ୍ଟି କଲାଣି। ଏବେ ଅପେକ୍ଷା ମୋହନ ସରକାର ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ହେଉଛନ୍ତି?

Puri Shreemandir Bharat Ratna
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe