Advertisment

ଭୁବନେଶ୍ୱରରୁ କଳାହାଣ୍ଡିକୁ ଉଡ଼ିଲା ବିମାନ; ସପ୍ତାହକୁ ୨ ଦିନ ମିଳିବ ସେବା

ରାଜଧାନୀ ଭୁବନେଶ୍ୱରରୁ କଳାହାଣ୍ଡି ଜିଲାର ବହୁ ପ୍ରତିକ୍ଷିତ ଉତକେଲା ଏୟାରପୋର୍ଟକୁ ଆଜି ଆରମ୍ଭ ହୋଇଛି ବିମାନ ସେବା। ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଫ୍ଲାଗ ଅଫ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।

Airport

Airport

Advertisment

ଏଣିକି ୧୨ ଘଣ୍ଟାର ଯାତ୍ରା ଗୋଟିଏ ଘଣ୍ଟାରେ ଶେଷ ହେବ । ଆଖି ପିଛୁଳାକେ ଭୁବନେଶ୍ୱରରୁ ଯାଇ ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ପହଞ୍ଚି ହେବ । କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସାକାର ହୋଇଛି। ଆଜି ଭୁବନେଶ୍ୱରରୁ କଳାହାଣ୍ଡିକୁ ବିମାନ ସେବାର ଶୁଭାରମ୍ଭ ହେଲା ।

Advertisment

କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନାରେ ରାଜଧାନୀ ଭୁବନେଶ୍ୱରରୁ କଳାହାଣ୍ଡି ଜିଲାର ବହୁ ପ୍ରତିକ୍ଷିତ ଉତକେଲା ଏୟାରପୋର୍ଟକୁ ଆଜି ଆରମ୍ଭ ହୋଇଛି ବିମାନ ସେବା। ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଫ୍ଲାଗ ଅଫ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।

ଏହା ପୂର୍ବରୁ ସକାଳ ୯ଟା ୭ରେ ଦିଲ୍ଲୀରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲ ମୋଡରେ ଏହାର ଉଦଘାଟନ କରିଥିଲେ। ଏହାର ଘଣ୍ଟାକ ପରେ ଦିନ ୧୦ ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହାର ଉଦ୍‌ଘାଟନ କରିଥିଲେ। ଏହାପରେ ପୂର୍ବାହ୍ନ ୧୦.୦୫ରେ ପ୍ରଥମ ବିମାନ ଭୁବନେଶ୍ୱରରୁ ଉତକେଲାକୁ ଉଡ଼ାଣ ଆରମ୍ଭ କରିଛି।

Advertisment

ସପ୍ତାହରେ ଦୁଇ ଦିନ ମଙ୍ଗଳବାର, ଗୁରୁବାର ଏହି ବିମାନ ସେବା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଏହାକୁ ୭ ଦିନ ଚଳାଇବାକୁ ଯୋଜନା କରାଯିବ। ଭୁବନେଶ୍ୱରରୁ ସକାଳ ୭ଟା୧୫ରେ ବାହାରି ଏହା ୮ଟା୨୫ରେ ଉତକେଲାରେ ପହଞ୍ଚିବ । ଏହାପରେ ସେଠାରୁ ୮ଟା୫୦ରେ ବାହାରି ଭୁବନେଶ୍ୱରରେ ଦିନ ୧୦ଟାରେ ପହଞ୍ଚିବ ।

ଏହାଦ୍ୱାରା କଳାହାଣ୍ଡିର କଳା, ଶିକ୍ଷା, ସଂସ୍କୃତି, ଭାସ୍କର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇ ପାରିବ । ଏଥିସହ ଛାତ୍ରଛାତ୍ରୀ, ଗୁରୁତର ରୋଗୀ ଖୁବ୍‌ ଶୀଘ୍ର ଭୁବନେଶ୍ୱରରେ ପହଞ୍ଚି ପାରିବେ ତଥା ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ ବି ଅଭୂତପୂର୍ବ ସଫଳତା ମିଳିବ ବୋଲି ଆଶା କରାଯାଇଛି।

ଏହି ବିମାନର ପ୍ରଥମ ଯାତ୍ରୀ ଭାବେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ଉତକେଲା କରିଛନ୍ତି। ସେମାନଙ୍କ ସହ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାୟକଳ ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓ, ଭୂପେନ୍ଦ୍ର ସିଂଦେଓ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମଧ୍ୟ ଉତକେଲା ଯାତ୍ରା କରିଛନ୍ତି।

ଆଦିବାସୀବହୁଳ କଳାହାଣ୍ଡି ଜିଲ୍ଲାରୁ ସିଧାସଳଖ ରାଜଧାନୀକୁ ସଂଯୋଗ ହୋଇପାରିଲେ ଖୁବ୍‌ କମ୍‌ ସମୟରେ ଲୋକେ ରାଜଧାନୀରେ ପହଞ୍ଚି ପାରିବେ। ଏହାଦ୍ୱାରା ବିକାଶର ଧାରା ତ୍ୱରାନ୍ୱିତ ହୋଇ ପାରିବ । ଛାତ୍ରଛାତ୍ରୀ, ରୋଗୀ ତଥା ବ୍ୟବସାୟୀ ଏହାଦ୍ୱାରା ବହୁମାତ୍ରାରେ ଉପକୃତ ହୋଇ ପାରିବେ ବୋଲି ବିଜେଡି ନେତା ପୁଷ୍ପେନ୍ଦ୍ର ସିଂଦେଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିନିମନ୍ତେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

ଏ ସମ୍ପର୍କରେ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି, ବହୁ ଦିନର ପ୍ରତିକ୍ଷା ପୂରଣ ହୋଇଛି। କେନ୍ଦ୍ର ସରକାରଙ୍କ ଉଡାଣ ଯୋଜନାରେ କଳାହାଣ୍ଡିକୁ ସାମିଲ କରାଗଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଉଛୁ।

ଏହି ବିମାନ ସେବା ଦ୍ୱାରା କଳାହାଣ୍ଡିର ପର୍ଯ୍ୟଟନ କ୍ଷେତ୍ରରେ ଦ୍ରୁତ ବିକାଶ ହେବା ସହ ଏହା ମାଇଲଖୁଣ୍ଟ ଭାବେ ସ୍ଥାପିତ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଏହି ଅବସରରେ କ୍ୟାପଟେନ ଦିବ୍ୟଶଙ୍କାର ମିଶ୍ର କହିଛନ୍ତି, କଳାହାଣ୍ଡିବାସୀଙ୍କ ଦୀର୍ଘଦିନ ସ୍ୱପ୍ନ ପୂରଣ ହୋଇଛି। କଳାହାଣ୍ଡି ଏବେ ଆକାଶରେ ଉଡ଼ିବ । ଏବେ ବିଶ୍ୱର ଯେକୌଣସି କୋଣରୁ ଲୋକେ କଳାହାଣ୍ଡିରେ ପହଞ୍ଚି ପାରିବେ। ଗୁରୁତର ରୋଗୀଙ୍କୁ ତୁରନ୍ତ ଭୁବନେଶ୍ୱର ଅଣାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ଏହାଦ୍ୱାରା କଳାହାଣ୍ଡିର ଦ୍ରୁତ ଅଗ୍ରଗତି ହେବ ।

Bhubaneswar Biju Patnaik Airport Kalahandi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe