Advertisment

ବଢୁଛି ଜଳସ୍ତର, ଖୋଲିଲା କାଳଡ୍ୟାମ ଗେଟ୍

ଡ୍ୟାମର ବିପଦ ସଂକେତ ୭୭. ୭୦ ମିଟର ଥିବା ବେଳେ ଲଗାଣ ବର୍ଷା କାରଣରୁ ଗେଟ୍ ଖୋଲାଯାଇଛି ।

author-image
Niharika Rout
Dam

Dam

ଖୋଲିଲା ମୟୂରଭଞ୍ଜର କାଳଡ୍ୟାମ ଗେଟ୍ । ଉପରମୁଣ୍ଡରେ ଲଗାଣ ବର୍ଷା କାରଣରୁ ବଢିଛି ଡ୍ୟାମର ଜଳସ୍ତର। ଡ୍ୟାମର ବିପଦ ସଂକେତ ୭୭. ୭୦ ମିଟର ଥିବା ବେଳେ ଲଗାଣ ବର୍ଷା କାରଣରୁ ଗେଟ୍ ଖୋଲାଯାଇଛି ।

Advertisment

ଡ୍ୟାମ ଭିତରକୁ ୩୭. ୨୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଏକ ଗେଟ ମଧ୍ୟ ଦେଇ ୭୨. ୨୩ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଲଘୁଚାପ ପ୍ରଭାବରେ ବର୍ଷା ଜାରି ରହିଥିବାରୁ ଏହାକୁ ନଜରରେ ରଖି ସୁନେଇ ଡ୍ୟାମର ମଧ୍ୟ ଗୋଟିଏ ଗେଟ ଖୋଲାଯିବ ବୋଲି କହିଛନ୍ତି ଆସିଷ୍ଟାଣ୍ଟ ଏକଜ୍ୟୁକିଟିଭ ଇଂଜିନିୟର ।

ଲଗାଣ ବର୍ଷା ହେତୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି। ତେଣୁ ଆବଶ୍ୟକତାକୁ ଦେଖି ଦୁଇ ଗୋଟି ଡ୍ୟାମର ଆହୁ ଗେଟ୍‌ ଖୋଲିବାକୁ ଅଧିକାରୀ ନିଷ୍ପତ୍ତି ନେବେ ବୋଲି ଜଣାଯାଇଛି। ଏହି ଗେଟ ଖୋଲିବା ଫଳରେ ତଳିଆ ଅଞ୍ଚଳରେ ଏହାର ପ୍ରଭାବ ପଡିବ, ତେଣୁ ତଳିଆ ଅଞ୍ଚଳବାସୀଙ୍କୁ ଗେଟ ଖୋଲିବା ନେଇ ସୂଚନା ପ୍ରଦାନ କରାଯାଇଛି। ଏଥିସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Advertisment
Mayurbhanj