Kalki baba
ରାଜଧାନୀର ବୈକୁଣ୍ଠଧାମ ବାବା ‘କଳକୀ ମାଧବ’ଙ୍କ ପିଛା ଛାଡ଼ୁନି ବିବାଦ। ତାଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଅଭିଯୋଗ ଅନୁସାରେ ବାବା କୁଆଡ଼େ କେଟିଏମ୍ ବାଇକ୍ରେ ଗର୍ଲଫ୍ରେଣ୍ଡକୁ ଧରି ବୁଲନ୍ତି। କାଫେ ଓ କ୍ଲବ୍ ଯାଆନ୍ତା। ଏପରି ଅଭିଯୋଗ ଆଣିଛନ୍ତି ବୈକୁଣ୍ଠଧାମ ଆଶ୍ରମ ଆସିଥିବା ଜଣେ ଭକ୍ତ କହିଛନ୍ତି। ସେ କୁଆଡେ ନିଜ ଆଖିରେ ଏ ସବୁ ଦେଖିଛନ୍ତି।
କୁଳଥିଆ ଅଞ୍ଚଳରେ ରହୁଥିବା ଇଞ୍ଜିନିୟରିଂ ଛାତ୍ରୀ ତନଭି କହିଛନ୍ତି, ଘରୋଇ ସମସ୍ୟା ନେଇ ଦୁଇ ମାସ ତଳେ ବାପା-ମାଆଙ୍କ ସହିତ ଆଶ୍ରମ ଆସିଥିଲେ। ସେତେବେଳେ ସେ ବାବାଙ୍କୁ ଅତି ପାଖରୁ ଦେଖିବାକୁ ପାଇଥିଲେ। ବାବାଙ୍କ ବୟସ ୧୮ରୁ ୧୯ ବର୍ଷ ହେବ। ବେକରେ ଫୁଲ ମାଳ ଓ ଧୋତି ପିନ୍ଧି ବସିଥିଲେ। ଆଉ ଲୋକଙ୍କ ସମସ୍ୟା ଶୁଣୁଥିଲେ। ଆଉ ତାଙ୍କ ପାଖରେ କିଛି ଲୋକ ବସି ଭଜନ କୀର୍ତ୍ତନ କରୁଥିବା ଦେଖିବାକୁ ପାଇଥିଲି ବୋଲି ଯୁବତୀ ଜଣକ କହିଛନ୍ତି।
ଯୁବତୀ ଜଣକ ଆହୁରି କହିଛନ୍ତି, ବିଜ୍ଞାନ ଯୁଗରେ ଲୋକମାନେ ନାନା ସମସ୍ୟା ନେଇ ବାବାଙ୍କ ପାଖକୁ ଯାଉଥିବା ଦେଖିବାକୁ ପାଇଥିଲି। ଯେଉଁ ମହିଳାଙ୍କର ପିଲା ଛୁଆ ହେଉନଥିଲା ବା ଯାହାକୁ କ୍ୟାନସର ପରି ଦୋରାରୋଗ ହୋଇଥିଲା, ସେମାନେ ବାବାଙ୍କ ପାଖକୁ ଯାଉଥିଲେ। ବାବା ଲକ୍ଷାଧିକ ଟଙ୍କା ନେଇ କ’ଣ ଗୋଟିଏ ଚେରମୂଳି ଦେଉଥିଲେ। ସେହି ଚେରମୂଳି ଖାଇବା ପରେ କୁଆଡେ ରୋଗ ଭଲ ହୋଇଯାଉଥିଲା ବୋଲି ଶୁଣିବାକୁ ପାଇଥିଲି। କିନ୍ତୁ ଏପରି କଥାକୁ ମୁଁ ବିଶ୍ୱାସ କରୁନାହିଁ। ଲୋକମାନେ କାହିଁକି ଏଠାକୁ ଆସୁଛନ୍ତି, ମୁଁ ଜାଣିପାରୁନି ବୋଲି ଛାତ୍ରୀ ଜଣକ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Kalki_baba_1731930927.jpg)