ଥମୁନି କାମିୟା ନିଆଁ। କାମିଆଙ୍କୁ ନେଇ କ୍ଷୁବ୍ଧ ହୋଇ ବୈଦିକ ବ୍ରାହ୍ମଣ ପରିଷଦ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଗୋମାଂସ ଭକ୍ଷଣ କରିଥିବା କାମିଆ ଜାନିଙ୍କୁ ଶ୍ରୀମନ୍ଦିରରେ କିଏ ପୂରାଇଲା ? ଯିଏ ପ୍ରବେଶ କରାଇଥିଲା କାହିଁକି ସେ କ୍ଷମା ମାଗିଲେ ନାହିଁ ? କାର୍ଯ୍ୟାନୁଷ୍ଠାନ ନହେଲେ ସପରିବାରେ ଆନ୍ଦୋଳନକୁ ଓହ୍ଲାଇବକୁ କହି ଦିଆଗଲାଣି ଚେତାବନୀ । ମନ୍ଦିର ପ୍ରବେଶ କରି ମହାପ୍ରସାଦ ଖାଇ ୟୁଟ୍ୟୁବରେ ପକାଇଦେଲେ। କିନ୍ତୁ ଯେଉଁ ନିଆଁ ଲଗାଇଛନ୍ତି ତାହା କୁହୁଳି କୁହୁଳି ଜଳିବାରେ ଲାଗିଲାଣି। ଦେଖନ୍ତୁ ପୂରା ରିପୋର୍ଟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କଳକୀ କିଏ? ଏମିତି କହିଲେ ବାବା ବଳିଆ
ବାବା ବଳିଆ କହିଛନ୍ତି, ଆମେ ପିଲା ଦିନରୁ ଅନେକ କଳକୀ, ଅନେକ ମାଧବ ଓ ଅନେକ କୃଷ୍ଣଙ୍କୁ ଦେଖିଛୁ। ତାଙ୍କ ସହିତ କଥାବାର୍ତ୍ତା ହୋଇଛୁ। ସେମାନେ ସବୁବେଳେ ଦାବି କରନ୍ତି, ଆମେ କଳକୀ ବୋଲି।
Miscellaneous
ପାଟପୁର ଥାନା ଦେଶର ଶ୍ରେଷ୍ଠ ଥାନା, ପୁରସ୍କୃତ କରିବେ ଗୃହମନ୍ତ୍ରୀ
ଦେଶର ତିନୋଟି ଶ୍ରେଷ୍ଠ ଥାନା ଭିତରେ ମନୋନୀତ ହୋଇଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା। ପୁଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପାଟପୁର ଥାନାଧିକାରୀଙ୍କୁ ଦେବେ ଟ୍ରଫି।
Miscellaneous
ଇଣ୍ଡିଆ ଫୋର୍ବସ ସିଲେକ୍ଟ-୨୦୦ ତାଲିକାରେ ଓଟିଭି
ବିଶ୍ୱର ପ୍ରତିଟି ଓଡ଼ିଆଙ୍କୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯୋଡ଼ି ପାରିଥିବା ଓଟିଭି ଅନ୍ୟ ସମସାମୟିକଙ୍କଠାରୁ ବହୁ ଆଗରେ। ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବଳିଷ୍ଠ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛି ଓଟିଭି।
Miscellaneous
ସରକାର ଦେଉଛନ୍ତି ୟୁନିଫର୍ମ ଓ ଜୋତା; ପିଲାଙ୍କୁ ମିଳୁନି, ଡମ୍ପିଂୟାର୍ଡକୁ ଯାଉଛି
ଛୋଟ ଛୋଟ ପିଲାଙ୍କୁ ସ୍କୁଲମୁହାଁ କରିବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ରାଜ୍ୟ ସରକାର । ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାଠୁ ଆରମ୍ଭ କରି ୟୁନିଫର୍ମ ଡ୍ରେସ ଓ ଜୋତା ବି ଯୋଗାଇ ଦେଉଛନ୍ତି। ମାତ୍ର ଏହି ଡ୍ରେସ୍ ଓ ଜୋତା ପିଲାଙ୍କୁ ମିଳିବା ପରିବର୍ତ୍ତେ ଯାଉଛି ଡମ୍ଫିୟାର୍ଡ ।
Miscellaneous
ଜମୁଛି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼
ଆଜି ରବିବାର ହୋଇଥିବାରୁ ଆମିଷପ୍ରେମୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଆମିଷ ବଜାରରେ ଭିଡ଼ ଜମିଛି।