Advertisment

ଦୁର୍ଗମ ଅଞ୍ଚଳରେ ଷ୍ଟ୍ରବେରୀ ଚାଷ; କମ୍‌ ପରିଶ୍ରମରେ ମିଳୁଛି ଅଧିକ ଲାଭ

ଗୋଟିଏ ଏକର ଜମିରେ ୬ରୁ ୧୦ କ୍ୱିଣ୍ଟାଲ ଷ୍ଟ୍ରବେରୀ ହୋଇଛି। ବଜାର ଦର ଦେଖିଲେ ଷ୍ଟ୍ରବେରୀ କିଲୋ ପିଛା ୨୫୦ ଟଙ୍କା ରହିଛି।

author-image
Manoj Swain
ଅଦ୍ୟତନ ହୋଇଛି

ଷ୍ଟ୍ରବେରୀ। ଚୀନ୍‌, ମେକ୍ସିକୋ, ଇଜିପ୍ଟ, ସ୍ପେନ୍‌, ଋଷ, ପୋଲାଣ୍ଡ, ଜାପାନ୍‌ ପରି ଦେଶରେ ଦିନେ ଫଳୁଥିଲା ଏହି ଫଳ। ଏବେ କିନ୍ତୁ ଏହି ବିଦେଶୀ ଫଳ ଓଡ଼ିଶାରେ ଫଳୁଛି। ତାହା ପୁଣି ଦୁର୍ଗମ ଅଞ୍ଚଳରେ। ଏଥିପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। କନ୍ଧମାଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ବଣ୍ଡାଘାଟିର ଆଦିମ ଜନଜାତିର ଲୋକମାନେ ଏହି ବିଦେଶୀ ଫଳ ଚାଷ କରୁଛନ୍ତି। ଏଥିରୁ ସେମାନେ ନିଜେ ସ୍ୱାବଲମ୍ୱି ହେବା ସହିତ ରାଜ୍ୟ ପ୍ରଗତିରେ ସହଭାଗୀତା ହେଉଛନ୍ତି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୁଲୁମାହା ଗାଁ। ଏହି ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରାୟ ଅଢ଼େଇ ଏକର ଜମିରେ ଷ୍ଟ୍ରବେରୀ ଚାଷ କରିଛନ୍ତି। 

Advertisment
Odisha Kandhamal