Advertisment

ଚିକିତ୍ସାଧୀନ ଅବସ୍ଥାରେ କଣ୍ଟାବାଞ୍ଜି ତହସିଲଦାରଙ୍କ ମୃତ୍ୟୁ

ରତନଲାଲ ମୁଣ୍ଡାଙ୍କ ଜନ୍ମ କେନ୍ଦୁଝର ଜିଲ୍ଲାର ସଦର ଜଗନ୍ନାଥପୁର ଗାଁରେ। ସେ ତୁରେକେଲା ବ୍ଲକ୍‌ର ବିଡ଼ିଓ ଭାବେ ଚାକିରି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କଣ୍ଟାବାଞ୍ଜି ତହସିଲଦାର ହୋଇଥିଲେ।

author-image
Manoranjan Sial
Kantabanji

Kantabanji

ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ତହସିଲଦାର ରତନଲାଲ ମୁଣ୍ଡାଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମୃତ୍ୟୁ। ସେ ଦୀର୍ଘ ଦିନ ଧରି କିଡନୀ ଜନିତ ରୋଗରେ ପୀଡିତ ଥିଲେ।

Advertisment

ମାର୍ଚ୍ଚ ୨୨ ତାରିଖରେ କଣ୍ଟାବାଞ୍ଜି ତହସିଲ୍‌ରେ କାର୍ଯ୍ୟରତ ସମୟରେ ତହସିଲଦାର୍‌ ରତନଲାଲ ମୁଣ୍ଡା ଗୁରୁତର ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କଣ୍ଟାବାଞ୍ଜି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ମାତ୍ର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଘଟିନଥିଲା। ତେଣୁ ତାଙ୍କ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଡାକ୍ତରଙ୍କ ଉଦ୍ୟମ ସତ୍ତ୍ୱେ ସ୍ୱାସ୍ଥ୍ୟରେ ବିଶେଷ କିଛି ଉନ୍ନତି ଘଟୁନଥିଲା। ତେଣୁ ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲରେ ଚିକିତ୍ସା କରାଯାଉଥିଲା। ଆଜି ସକାଳ ପ୍ରାୟ ସାଢ଼େ ୯ଟାରେ ତାଙ୍କୁ ମୃତ୍ୟୁ ଘଟିଛି।

ରତନଲାଲ ମୁଣ୍ଡାଙ୍କ ଜନ୍ମ କେନ୍ଦୁଝର ଜିଲ୍ଲାର ସଦର ଜଗନ୍ନାଥପୁର ଗାଁରେ। ସେ ତୁରେକେଲା ବ୍ଲକ୍‌ର ବିଡ଼ିଓ ଭାବେ ଚାକିରି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କଣ୍ଟାବାଞ୍ଜି ତହସିଲଦାର ହୋଇଥିଲେ। ତାଙ୍କ ମୃତ୍ୟୁରେ କଣ୍ଟାବାଞ୍ଜି ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଛି। ରତନଲାଲ ମୁଣ୍ଡା ଜଣେ ସରକାରୀ କର୍ମଚାରୀ ଭାବରେ କାର୍ଯ୍ୟରତ ଥିଲେ ମଧ୍ୟ ଲୋକଙ୍କ ସହିତ ଭଲ ସମ୍ପର୍କ ରଖିଥିଲେ।

Advertisment

ରିପୋର୍ଟ-କଣ୍ଟାବାଞ୍ଜିରୁ ଅନ୍ତିମ ପାଣିଗ୍ରାହୀ

Balangir Kendujhar