Advertisment

ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ହେଲାନି ସହମତି; ଛୁଆର ନାଁ ଦେଲେ କୋର୍ଟ

ଛୁଆର ନାଁ ଦେବାକୁ ନେଇ ବିବାଦ ପରେ ଛାଡ଼ପତ୍ର ପାଇଁ କୋର୍ଟ ଯାଏଁ ଗଲେ ଦମ୍ପତ୍ତି। ଶେଷରେ ୩ ବର୍ଷର ଶିଶୁର ନାମକରଣ କରି ବିବାଦ ସମାଧାନ କଲେ କୋର୍ଟ।

Representational Image

Representational Image

Advertisment

ଛୁଆର ନାଁ ଦେବାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ହୋଇପାରିଲାନି ସହମତି। ଏମିତିକି ଛାଡ଼ପତ୍ର ଯାଏଁ ଗଲା କଥା। ଶେଷରେ ୩ ବର୍ଷର ପୁଅର ନାଁ ଦେଲେ କୋର୍ଟ। ହଁ ଆଜ୍ଞା, ଛୁଆର ନାଁ ରଖିବା ଏତେ ସହଜ ପାଠ ନୁହେଁ। ଏହା ଆହୁରି କଠିନ ହୋଇଯାଏ, ଯଦି ସ୍ୱାମୀ ସ୍ତ୍ରୀ ନିଜ ଛୁଆର ନାଁକୁ ନେଇ ସହମତି ହୋଇନଥାନ୍ତି। ଏଭଳି ଏକ ଘଟଣା ଘଟିଛି କର୍ଣ୍ଣାଟକରେ। ଯେଉଁଠି ଛୁଆର ନାଁକୁ ନେଇ ଅସହମତିରୁ ଦମ୍ପତ୍ତି ଛାଡ଼ପତ୍ର ପାଇଁ କୋର୍ଟ ଯାଏଁ ଯାଇଥିଲେ। 

Advertisment

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏହି ବିବାଦ ଆରମ୍ଭ ହୋଇଥିଲା ୨୦୨୧ରୁ, ଯେତେବେଳେ ସେମାନଙ୍କର ଏକ ପୁଅ ଜନ୍ମ ହୋଇଥିଲା। ପୁଅର ନାମକରଣ ପାଇଁ ଉଭୟଙ୍କ ମଧ୍ୟରେ ସହମତି ହୋଇନଥିଲା। ଶେଷରେ ପୁଅର ନାଁ 'ଆଦି' ରଖି ନାମକରଣ କରାଇଥିଲେ ୨୧ ବର୍ଷିୟା ପତ୍ନୀ। ହେଲେ ପୁଅର ଏହି ନାଁରେ ଅସହମତି ଥିବା ୨୬ ବର୍ଷୀୟ ସ୍ୱାମୀ ଏହି ନାମକରଣ ଉତ୍ସବକୁ ଆସିଲେ ନାହିଁ। ପୁଅର ନାମକରଣକୁ ନେଇ ମାସ ମାସ ଧରି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗି ରହିବା ପରେ ଶେଷରେ ଛାଡ଼ପତ୍ର ଓ ଭରଣପୋଷଣ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ପତ୍ନୀ।

ଏହାପରେ ପୁଅର ନାମକରଣରେ ହସ୍ତକ୍ଷେପ କଲେ ମହିଶୂର ସେଶନ୍ କୋର୍ଟ। ହେଲେ କୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ଅନେକ ଉପଦେଶକୁ ମଧ୍ୟ ସ୍ୱାମୀ-ସ୍ତ୍ରୀ ଗ୍ରହଣ କଲେ ନାହିଁ। ଶେଷରେ ଗତ ସପ୍ତାହରେ ଉଭୟଙ୍କୁ ଜଣେ ବିଚାରପତି ଡାକି ଆପୋଷ ସମାଧାନ ପାଇଁ ଚେଷ୍ଟା କରିଥିଲେ। ଏଠାରେ ୩ ବର୍ଷର ଶିଶୁର ନାଁ 'ଆର୍ଯ୍ୟବର୍ଦ୍ଧନ' ରଖାଯିବ ବୋଲି ଉଭୟଙ୍କ ସହମତିରେ ସ୍ଥିର ହୋଇଥିଲା। ଏହାପରେ ଦମ୍ପତ୍ତିଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ହୋଇଥିଲା। ଏବେ ସେମାନେ ନିଜ ଛୁଆକୁ ନେଇ ଏକାଠି ରହୁଥିବା ଜଣାପଡ଼ିଛି।

Advertisment

ତେବେ ଏହି ଘଟଣା ପ୍ରଥମ ନୁହେଁ, ପୂର୍ବରୁ ମଧ୍ୟ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଥିଲା। ଗତ ବର୍ଷ କେରଳର ଦମ୍ପତ୍ତିଙ୍କ ମଧ୍ୟରେ ନିଜ ଝିଅର ନାମକରଣକୁ ନେଇ ବିବାଦ ଦେଖା ଦେଇଥିଲା। ଶେଷରେ ଏହି ମାମଲା ହାଇକୋର୍ଟଙ୍କ ନିକଟକୁ ଯାଇଥିଲା। ମାମଲାର ଶୁଣାଣି କରିବା ସମୟରେ କୋର୍ଟ କହିଥିଲେ ଯେ ନାମକରଣ ସମୟରେ ଛୁଆର ମାଆ ଦେଇଥିବା ନାମକୁ ଗୁରୁତ୍ୱ ଦିଆଯିବ। ଏହା ସହିତ ଅନ୍ୟ କୌଣସି ବିବାଦକୁ ଏଡ଼ାଇବା ପାଇଁ ବାପା ଚାହୁଁଥିବା ନାଁକୁ ମଧ୍ୟ ଛୁଆର ନାଁରେ ସଂଯୋଗ କରାଯିବ। ଏଭଳି ଭାବରେ ୩ ବର୍ଷର ଝିଅର ନାମକରଣ କରାଇଥିଲେ କେରଳ ହାଇକୋର୍ଟ।

Karnataka News Naming Baby Dispute Over Naming Baby
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe