Advertisment

ଯାଜପୁରରୁ ଗିରଫ ଯୁବକର ମିଳିଲା ପାକିସ୍ତାନ ISI ଲିଙ୍କ!

କୁହାଯାଉଛି, ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ମଧ୍ୟ ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Jajpur

Jajpur

Advertisment

ସନ୍ଦିଗ୍ଧ କଶ୍ମୀର ଆତଙ୍କବାଦୀ ସଇଦ ଈଶାନ ବୁଖାରୀର ଫିଟୁଛି ଆତଙ୍କୀ ଲିଙ୍କର ଗୁମର। ସେ ପାକିସ୍ତାନ ISI ଏଜେଣ୍ଟଙ୍କ ସଂସ୍ପର୍ଶରେ ଆସିଛି। ଦେଶ ଭିତରେ ଥାଇ କରିଛି ଇଣ୍ଟରନ୍ୟାସନାଲ୍‌ ଫୋନ କଲ୍‌। ବ୍ୟାଙ୍କ ଆକାଉଣ୍ଟରେ ହୋଇଛି ସନ୍ଦେହଜନକ ଆର୍ଥିକ କାରବାର। ଦ୍ୱିତୀୟ ଦିନର ତଦନ୍ତରୁ ଆଜି ସାମ୍ନାକୁ ଆସିଛି ବୁଖାରୀର ଏଭଳି ଦେଶ ବିରୋଧୀ ଷଡ଼ଯନ୍ତ୍ରର ତଥ୍ୟ।

Advertisment

ଟେଲିଫୋନିକ କଲ୍‌ ଡିଟେଲସରୁ ଆଶଙ୍କା କରାଯାଉଛି, ପାକିସ୍ତାନ ISI ଏଜେଣ୍ଟଙ୍କ ସହ ଚାଟ୍ କରିଛି ବୁଖାରୀ। ଆଉ ଚାଟ୍ ହିଷ୍ଟ୍ରିକୁ ଡିଲିଟ୍ ମଧ୍ୟ କରିଛି। ତେବେ ISI ଏଜେଣ୍ଟଙ୍କ ସହ କି ତଥ୍ୟ ସେୟାର କରିଛି ବୁଖାରୀ? ତାହା ଜଣାପଡ଼ି ନାହିଁ। ତେବେ ଏଠି ପ୍ରଶ୍ନ ଉଠୁଛି, ଚାଟ ହିଷ୍ଟ୍ରିରେ ରହିଛି କି ଦେଶର ସୁରକ୍ଷା ସଂପର୍କିତ ପ୍ରସଙ୍ଗ? ଶତ୍ରୁପକ୍ଷଙ୍କ ହାତକୁ ଚାଲିଯାଇନି ତ ଓଡ଼ିଶାର ସମ୍ବେଦନଶୀଳ ତଥ୍ୟ ? ଏଭଳି ଆଶଙ୍କା କରି ଜବତ ମୋବାଇଲରୁ ଡିଲିଟ ଚାଟ୍ ହିଷ୍ଟ୍ରିକୁ ହାସଲ ପାଇଁ ଉଦ୍ୟମ କରିବା ସହ ଫରେନସିକ୍ ଲ୍ୟାବର ସହାୟତା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଟେଲିକମ୍ କମ୍ପାନୀରୁ କଲ ଡିଟେଲ୍ସ ରିପୋର୍ଟ(CDR) ଆସିଲେ ତା’ର ଆନାଲିସିସ୍ କରିବୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ STF ଏସ୍‌ପି କିଶୋର କୁମାର ପାଣିଗ୍ରାହୀ।

କୁହାଯାଉଛି, ବହୁରୂପୀ ବୁଖାରୀ ୟୁଟ୍ୟୁବ ଦେଖି ଠକେଇ କଳା ଶିଖିଥିଲା। କେଉଁ ରୋଗ ପାଇଁ କେମିତି ଡାକ୍ତରୀ ଚିକିତ୍ସା କରାଯାଏ, ତାହା ମଧ୍ୟ ଶିଖୁଥିଲା। ଶେଷରେ ୟୁଟ୍ୟୁବରୁ ପ୍ରାପ୍ତ ଜ୍ଞାନକୁ ପ୍ରୟୋଗ କରି ଜଣେ ରୋଗୀଙ୍କ ଜୀବନ ନେଇଥିବା କୁହାଯାଉଛି। ଯାହାର ତଥ୍ୟ ଲାଗିଛି STF ହାତରେ। ବର୍ତ୍ତମାନ ସୁଦ୍ଧା ବୁଖାରୀର ୬ଟି ବ୍ୟାଙ୍କ ଆକାଉଣ୍ଟ ମିଳିଛି। ଯେଉଁଥିରେ ହୋଇଥିବା ଅସ୍ୱାଭାବିକ କାରବାର ସଂପର୍କରେ ଫାଇନାନ୍ସିଆଲ ଇଣ୍ଟେଲିଜେନ୍ସ ୟୁନିଟକୁ ଅବଗତ କରାଯାଇଛି। ଏବେ ଯାଜପୁର ଜେଲରେ ଥିବା ବୁଖାରୀକୁ ୭ ଦିନିଆ ରିମାଣ୍ଡରେ ନେବା ପାଇଁ ଆସନ୍ତାକାଲି ଆବେଦନ କରିବ କ୍ରାଇମବ୍ରାଞ୍ଚ STF। ଦରକାର ପଡ଼ିଲେ NIA ଆସିପାରେ ବୋଲି STF ଏସ୍‌ପି କହିଛନ୍ତି।

Advertisment
Jajpur Terrorist
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe