Advertisment

ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ ୪.O

କବଚ ହେଉଛି ଏଭଳି ଏକ ବ୍ୟବସ୍ଥା, ଯେଉଁଥିରେ ଟ୍ରେନକୁ କେଉଁ ସ୍ଥାନରେ କେତେ ସ୍ପିଡ୍‌ ରଖିହେବ ତାହା ଗୋଟିଏ ମନିଟରରେ ସ୍ପଷ୍ଟ ଭାବେ ଦେଖିହେବ। ୭ ରୁ ୮ କିଲୋମିଟର ଦୂର ଯାଏଁ ସିଗନାଲର ଆଡଭାନ୍ସ ଲୋକେସନ ଜାଣିହେବ।

kavach system

kavach system

Advertisment

ରେଳ ସୁରକ୍ଷାରେ ଐତିହାସିକ ପଦକ୍ଷେପ। ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା କବଚ ୪.O। ରାଜସ୍ଥାନର ସୱାଇ ମାଧୋପୁରରୁ କୋଟ୍ଟା ଭିତରେ ଏହି ଅତ୍ୟାଧୁନିକ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଆଜି ଏହାର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Advertisment

କବଚ ହେଉଛି ଏଭଳି ଏକ ବ୍ୟବସ୍ଥା, ଯେଉଁଥିରେ ଟ୍ରେନକୁ କେଉଁ ସ୍ଥାନରେ କେତେ ସ୍ପିଡ୍‌ ରଖିହେବ ତାହା ଗୋଟିଏ ମନିଟରରେ ସ୍ପଷ୍ଟ ଭାବେ ଦେଖିହେବ। ୭ ରୁ ୮ କିଲୋମିଟର ଦୂର ଯାଏଁ ସିଗନାଲର ଆଡଭାନ୍ସ ଲୋକେସନ ଜାଣିହେବ। ଫଳରେ ଟ୍ରେନର ଗତି ଉପରେ ନିୟନ୍ତ୍ରଣ କରିହେବ। ଲୋକ ପାଇଲଟ୍ ବ୍ରେକ୍ ନଦେଲେ ଇଞ୍ଜିନରେ ଲାଗିଥିବା କବଚ ଅଟୋମେଟିକ ବ୍ରେକ୍‌ ଦେଇ ସ୍ପିଡ୍‌ କମ୍‌ କରିବ। ଫଳରେ ରେଲୱେରେ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ। ଆସନ୍ତା ବର୍ଷ ଭିତରେ ୧୦ ହଜାର ଇଞ୍ଜିନରେ କବଚ ଲଗାଯିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

Railway Minister Railway
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe