Advertisment

କେନ୍ଦ୍ରାପଡ଼ା ଅବକାରୀ ଏସପି ଦେବୀପ୍ରସାଦ ମିଶ୍ର ନିଲମ୍ବିତ

ଅବକାରୀ ଏସପି ଭାବେ ଶ୍ରୀ ମିଶ୍ର ଲାଂଚ ନେଉଥିବାର ଅଭିଯୋଗ ହୋଇଥିଲା। ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ମଧ୍ୟ ଏକ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଇଥିଲେ।

author-image
Ordigital Desk
undefined

Loka Seva Bhavan

ଦାୟିତ୍ୱରେ ଅବହେଳା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ଏସପି ଦେବୀପ୍ରସାଦ ମିଶ୍ରଙ୍କୁ ରାଜ୍ୟ ସରକାର ଚାକିରିରୁ ନିଲମ୍ବନ କରିଛନ୍ତି । ନିଲମ୍ବନ ଅବଧିରେ ସେ ସମ୍ବଲପୁର ଉତ୍ତରାଂଚଳ ଡିଭିଜନର ଅବକାରୀ ଡେପୁଟି କମିଶନରଙ୍କ କାର୍ଯ୍ୟାଳୟରେ ହାଜିର ପକାଇବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।
ଆଜି ଅବକାରୀ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ବିଭାଗୀୟ ତଦନ୍ତ ପରେ ତାଙ୍କ ବିରୁଦ୍ଧରେ ସରକାର ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

Advertisment

ଅବକାରୀ କମିଶନର ନରସିଂହ ଭୋଳ କହିଛନ୍ତି ଯେ, ଅବକାରୀ ବିଭାଗର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ରଙ୍କ ତଦନ୍ତ ରିପୋର୍ଟ ଆଧାରରେ କେନ୍ଦ୍ରାପଡ଼ା ଅବକାରୀ ଏସପି ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଅବକାରୀ ଏସପି ଭାବେ ଶ୍ରୀ ମିଶ୍ର ଲାଂଚ ନେଉଥିବାର ଅଭିଯୋଗ ହୋଇଥିଲା । ଶ୍ରୀ ମିଶ୍ରଙ୍କ ବିରୁଦ୍ଧରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ମଧ୍ୟ ଏକ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପଠାଇଥିଲେ।

Loka Seva Bhavan