ବତୀଘର ପଞ୍ଚାୟତରେ ଏମିତି ଦୁର୍ଦ୍ଦଶା...| Odisha Reporter
ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ନିର୍ବାଚନମଣ୍ଡଳୀର ବତୀଘର ପଞ୍ଚାୟତ ବାସିନ୍ଦା । ଏହି ପଞ୍ଚାୟତରେ ରହିଛି 8 ଖଣ୍ଡ ଗାଁ। ରାତି ପାହିଲେ ଏହି ଉପାନ୍ତ ଅଞ୍ଚଳର ଲୋକେ ନିଜର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରିବେ ତାହା ଜାଣିବା ପାଇଁ ଆମ ପ୍ରତିନିଧି ପହଞ୍ଚିଥିଲେ ବତୀଘର ପଞ୍ଚାୟତରେ...। ବତୀଘରକୁ ଯୋଗାଯୋଗ ଲାଗି ନାହିଁ ପୋଲ । ନିତିଦିନ ବିପଦ ସଂକୁଳ ଅବସ୍ଥାରେ ଡଙ୍ଗାରେ ପାର ହୁଅନ୍ତି ଲୋକେ । ସେହିଭଳି ପିଇବା ପାଣିର ସମସ୍ୟା ରହିଛି । ନଦୀ ଉପରେ ପୋଲ ପାଇଁ ପ୍ରତିଶୃତି ଦେଇ ନେତା ପ୍ରତାରଣା କରିଥିବା ଲୋକେ କହିଛନ୍ତି। ତିନିଥର ପୋଲ ପାଇଁ ଶିଳାନ୍ୟାସ ହୋଇଛି, ମାତ୍ର ପୋଲ ର୍ନିମାଣ ହୋଇନାହିଁ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
