Baijayant Jay Panda in rajnagar
ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକାରେ ଲ୍ୟାଣ୍ଡଫଲ୍ କରିଥିବାରୁ ଏହି ଜିଲ୍ଲା ବିଶେଷ କ୍ଷତିଗ୍ରସ୍ତ ହୋଇଛି। ମୁଖ୍ୟତଃ ରାଜନଗର ଅଞ୍ଚଳ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ବହୁ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଲୋକେ ବିପନ୍ନ ହୋଇ ଜୀବନ କାଟୁଛନ୍ତି । ଏପରି ସ୍ଥିତିରେ ଲୋକଙ୍କ ସମସ୍ୟା ବୁଝିବାକୁ ଆଜି କେନ୍ଦ୍ରାପଡା ଜିଲ୍ଲା ଗସ୍ତ କରିଛନ୍ତି ସାଂସଦ ବୈଜୟନ୍ତ ପଣ୍ଡା।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରାଜନଗର ଅଞ୍ଚଳ ଗସ୍ତ କରି ଲୋକଙ୍କ ଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ବାତ୍ୟା ଦାନା ପ୍ରଭାବରେ ରାଜନଗର ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଥିବା ବେଳେ କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି ବୈଜୟନ୍ତ ପଣ୍ଡା।
ଆଜି ସେ ରାଜନଗରରେ ଅନେକ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏ ସମ୍ପର୍କୀତ ଭିଡିଓ ସେ ନିଜ Xରେ ବି ପୋଷ୍ଟ କରିଛନ୍ତି।
ବାତ୍ୟା ‘ଦାନା’ ଯୋଗୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଛି। ଚାଷ ଜମିରେ ପାଣି ପଶିବା ସହ ଧାନ ସମେତ ପନିପରିବା ଚାଷ ଉଜୁଡ଼ି ଯାଇଛି। ଏଥିସହ ଗାଁରେ ଥିବା ଚାଳ ଛପର ଘରର ଛପର ଉଡ଼ି ଯାଇଛି। ବହୁ ବଡ଼ ବଡ଼ ଗଛ ଓ ଇଲେକ୍ଟ୍ରି ଖୁଣ୍ଡ ଧରାଶାୟୀ ହୋଇଛି। ଫଳରେ ବହୁ ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇ ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
