Advertisment

ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ହନ୍ତସନ୍ତ ହେଉଛନ୍ତି ରୋଗୀ; ଆଇସିୟୁ ଅଚଳ

ଦୈନିକ ଶହ ଶହ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିଲେ ମଧ୍ୟ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅଦ୍ୟତନ ହୋଇଛି
ICU

ICU

Advertisment

ମାଳ ମାଳ ସମସ୍ୟା, ହନ୍ତସନ୍ତ ରୋଗୀ। ନାହିଁ ନାହିଁରେ ଚାଲିଛି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ଏଠି ଆଇସିୟୁ ଅଛି, ହେଲେ ଆନୁସଙ୍ଗିକ କର୍ମଚାରୀ ଓ ସରଞ୍ଜାମର ଅଭାବ ରହିଛି। ଟ୍ରମା କେୟାରର ଫଳକ ଅଛି ହେଲେ ୟୁନିଟର ନାଁ ଗନ୍ଧ ନାହିଁ। ବିଭିନ୍ନ ବିଭାଗର କୋଠରୀରେ ଝୁଲୁଛି ତାଲା। ଶହ ଶହ ରୋଗୀ ଏଠାକୁ ଆସୁଥିଲେବି ପାଇପାରୁନାହାନ୍ତି ସଠିକ୍ ଚିକିତ୍ସା।

Advertisment

ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ଖୋର୍ଦ୍ଧା, ଚିଲିକା, ବେଗୁନିଆ ଓ ଜଟଣୀ ନିର୍ବାଚନ ମଣ୍ଡଳୀ ସହିତ କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳର ହଜାର ହଜାର ଜନସାଧାରଣ ନିର୍ଭର କରନ୍ତି। ଦୈନିକ ଶହ ଶହ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିଲେ ମଧ୍ୟ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ପ୍ରତିଦିନ ଅନେକ ଦୁର୍ଘଟଣାଗ୍ରସ୍ତ ରୋଗୀ ଆସୁଥିଲେ ମଧ୍ୟ ସେମାନଙ୍କ ଚିକିତ୍ସା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ଚିକିତ୍ସାପାଇଁ ୨୩.୧୨.୨୦୧୬ ମସିହାରେ ଏକ ଟ୍ରମାକେୟର ସେଣ୍ଟର ଉଦଘାଟିତ ହୋଇଥିଲା। ହେଲେ ଏଠି ବିଭିନ୍ନ କୋଠରୀରେ ତାଲା ଝୁଲୁଥିବା ବେଳେ କେବଳ ଦୂଇଟି କୋଠରୀରେ ଅସ୍ଥିଶଲ୍ୟ ବିଭାଗ କାର୍ଯ୍ୟକରୁଛି। ଅସ୍ବାସ୍ଥ୍ୟକର ପରିବେଶ ସାଙ୍ଗକୁ ଡାକ୍ତର ଅଭାବକୁ ନେଇ ରୋଗୀ ଓ ସେମାନଙ୍କ ସହ ଥିବା ସମ୍ପର୍କିୟ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସେପଟେ ଜିଲ୍ଲା ହସ୍ପିଟାଲରେ ଗୁରୁତର ରୋଗୀଙ୍କ ପାଇଁ ୧୦ଟି ଶଯ୍ୟା ବିଶିଷ୍ଟ ଆଇସିୟୁ ନିର୍ମାଣ ହୋଇଥିଲା। ଏଥିପାଇଁ ପ୍ରାୟ ଦୁଇ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ସମସ୍ତ ସରଞ୍ଜାମ ଆସିଲା। କେବଳ ସେତିକି ନୁହେଁ ଗତ ୪.୧୦.୨୦୨୩ ରେ ଏହି ଆଇସିୟୁର ଉଦଘାଟନ ମଧ୍ୟ ହୋଇଥିଲା। ହେଲେ ଗତ ୮ ମାସ ହେଲା ଉଦଘାଟିତ ହୋଇଥିବା ଆଇସିୟୁ ପାଇଁ ଆବଶ୍ୟକ ଥିବା ଅକ୍ସିଜେନ ପ୍ଲାଣ୍ଟ ଅଚଳ ହୋଇ ପଡ଼ିଛି। ପିଏମ୍ କେୟାର ଫଣ୍ଡରେ ନିର୍ମିତ ଏହି ଅକ୍ସିଜେନ ପ୍ଲାଣ୍ଟ ସଚଳ ହେଉନି କିମ୍ବା ଆଇସିୟୁ ପାଇଁ ଆବଶ୍ୟକ ଡାକ୍ତର କିମ୍ବା କର୍ମଚାରୀ ନଥିବାରୁ ଏହା କୌଣସି କାମରେ ଲାଗୁନାହିଁ। ତେବେ ଖୁବ଼ଶୀଘ୍ର ଏସବୁ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଖୋର୍ଦ୍ଧାଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ।

Advertisment
Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe