Advertisment

ଦୁଇ ଜଣଙ୍କୁ ନୂଆ ଜୀବନ ଦେଲେ ରଶ୍ମିପ୍ରଭା

ଝାରସୁଗୁଡ଼ା ଅଞ୍ଚଳର ରଶ୍ମିପ୍ରଭା ପଟେଲଙ୍କ ମସ୍ତିଷ୍କ ଆଘାତ ଲାଗିଥିଲା। ତେଣୁ ତାଙ୍କୁ ଭୁବନେଶ୍ୱର ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରଶ୍ମିପ୍ରଭାଙ୍କ ମୃତ୍ୟୁ ଘଟିଥିଲା।

Medical

Medical

Advertisment

ଅଙ୍ଗଦାନ ଦେଲା ନୂଆ ଜୀବନ। ଏସସିବି ମେଡିକାଲରେ ପୁଣି ସଫଳ ହେଲା କାଡାଭେରିକ କିଡନୀ ପ୍ରତିରୋପଣ। ଜୁନିଅର ଡାକ୍ତରମାନେ ଆନ୍ଦୋଳନରେ ଥିବା ବେଳେ ଏହି ସଫଳ ପ୍ରତିରୋପଣ କରାଯାଇଛି। ଜଣେ ମହିଳାଙ୍କ ମୃତ୍ୟୁ ପରେ ଦୁଇ ଜଣ ପାଇଛନ୍ତି ନୂଆ ଜୀବନ। ଏସସିବି ମେଡିକାଲରେ ସଫଳ ହୋଇଛି ୧୫ ତମ କିଡାଭେରିକ କିଡନୀ ପ୍ରତିରୋପଣ।

Advertisment

ଝାରସୁଗୁଡ଼ା ଅଞ୍ଚଳର ରଶ୍ମିପ୍ରଭା ପଟେଲଙ୍କ ମସ୍ତିଷ୍କ ଆଘାତ ଲାଗିଥିଲା। ତେଣୁ ତାଙ୍କୁ ଭୁବନେଶ୍ୱର ଏକ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ରଶ୍ମିପ୍ରଭାଙ୍କ ମୃତ୍ୟୁ ଘଟିଥିଲା। ତା’ପରେ ପରିବାର ଲୋକେ ଅଙ୍ଗଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସରକାରୀ ବିଧି ବ୍ୟବସ୍ଥା ଅନୁସାରେ ରଶ୍ମିପ୍ରଭାଙ୍କ ଦୁଇଟି କିଡନୀ ବାହାର କରାଯାଇଥିଲା। ଗୋଟିଏ କିଡନୀ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିଲା। ଅନ୍ୟଟି ଗ୍ରିନ୍‌ କରିଡର କରାଯାଇ ଏସ୍‌ସିବି ମେଡିକାଲ ଅଣାଯାଇଥିଲା।

ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କେନ୍ଦୁଝର ଜିଲ୍ଲାର ଭରତ ଚନ୍ଦ୍ର ରାଉତଙ୍କଠାରେ ପ୍ରତିରୋପଣ କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏସ୍‌ସିବି ମେଡିକାଲର ୟୁରୋଲୋଜି, ନେଫ୍ରୋଲୋଜି ଓ ଆନେସ୍ଥେସିଆ ବିଭାଗର ଡାକ୍ତରମାନେ ମିଳିତ ଭାବେ ପ୍ରତିରୋପଣ କରିଥିଲେ। ଇଏ ହେଉଛି ଏସସିବି ମେଡିକାଲରେ ୧୫ ତମ କିଡାଭେରିକ କିଡନୀ ପ୍ରତିରୋପଣ।

Advertisment
Cuttack Scb Medical
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe