Posted By Social Media
ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲ ଖାଦ୍ୟରୁ ବାହାରିଲା ମୃତ ବେଙ୍ଗ। ହଷ୍ଟେଲର ଜଣେ ଛାତ୍ର ସୋଶାଲ୍ ମିଡିଆରେ ଏନେଇ ଫଟୋ ପୋଷ୍ଟ କରିବା ପରେ ସାମ୍ନାକୁ ଆସିଛି ଘଟଣା।
ରିପୋର୍ଟ ଅନୁଯାୟୀ, ଜଣେ ଛାତ୍ର ଏକ୍ସ(ପୂର୍ବର ଟ୍ୱିଟର)ରେ ଖାଦ୍ୟରୁ ବାହାରିଥିବା ବେଙ୍ଗ ଫଟୋ ପୋଷ୍ଟ କରିଛନ୍ତି। ସେ ଏହି ପୋଷ୍ଟରେ ଲେଖିଛନ୍ତି, "ଦେଶର 42ତମ ସ୍ଥାନରେ ଥିବା ଇଞ୍ଜିନିୟରିଂ କଲେଜ ହଷ୍ଟେଲ ଖାଦ୍ୟରୁ ଏପରି ମୃତ ବେଙ୍ଗ ବାହାରିଛି। ଅଭିଭାବକମାନେ ନିଜ ପିଲାମାନଙ୍କ ଡିଗ୍ରୀ ପାଇଁ ପ୍ରାୟ 17.5 ଲକ୍ଷ ଟଙ୍କା ଖର୍ଚ୍ଚ କରି ଏଠାକୁ ପଠାନ୍ତି। କିନ୍ତୁ କଲେଜ ହଷ୍ଟେଲରେ ଏଭଳି ଖାଦ୍ୟ ପରିବେଷଣ କରାଯାଏ। ଏସବୁ ପରେ ପ୍ରଶ୍ନ କରାଯାଏ ଯେ ଭାରତର ଛାତ୍ରଛାତ୍ରୀ ଉନ୍ନତ ଶିକ୍ଷା ଏବଂ ସୁବିଧା ପାଇଁ ଅନ୍ୟ ଦେଶକୁ କାହିଁକି ଯାଆନ୍ତି?"
ଏହି ପୋଷ୍ଟ ପରେ ଛାତ୍ର ଜଣକ କଲେଜ ସର୍କୁଲାରରେ ଆଉ ଏକ ଅପଡେଟ୍ ପୋଷ୍ଟ କରିଛନ୍ତି। ଖାଦ୍ୟରୁ ବେଙ୍ଗ ବାହାରିବା ପରେ ମେସ୍ କଣ୍ଟ୍ରାକ୍ଟରଙ୍କ ପାଇଁ ଏକ ନୋଟିସ୍ ଜାରି କରାଯାଇଥିବା ଉଲ୍ଲେଖ କରାଯାଇଛି। ସେଥିରେ ଲେଖାଯାଇଛି ଯେ, ଖାଦ୍ୟ ସମ୍ପୂର୍ଣ୍ଣ ଅସ୍ୱାସ୍ଥ୍ୟକର ଥିଲା। ଫଳରେ ମେସ୍ ଅଧିକାରୀମାନେ କଣ୍ଟ୍ରାକ୍ଟରଙ୍କ ଗୋଟିଏ ଦିନର ଦରମା କାଟିବାକୁ ନିଷ୍ପତ୍ତି ନେଇଛନ୍ତି।
ସେଥିରେ ଆହୁରି ଉଲ୍ଲେଖ ରହିଛି, ଏହା ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ସହ ଜଡିତ, ତେଣୁ ହଷ୍ଟେଲ କଣ୍ଟ୍ରାକ୍ଟରକୁ ଭବିଷ୍ୟତରେ ଏଥିପ୍ରତି ଅଧିକ ସଚେତନ ଏବଂ ଦାୟିତ୍ୱବାନ ହେବାକୁ ଚେତାବନୀ ଦିଆଯାଇଛି। ଛାତ୍ରଙ୍କ ଏହି ପୋଷ୍ଟରେ ଅନେକ ୟୁଜର୍ କମେଣ୍ଟ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1695558143.jpg)