Advertisment

ଗୋଧିକୁ ଗୋଡାଇ ଗୋଡ଼ାଇ ଶୋଇବା ଘରେ ପଶିଗଲା ଅହିରାଜ

ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ରହିଛି ବାଙ୍ଗରା ଗାଁ। ରବିବାର ମଧ୍ୟାହ୍ନରେ ଗୋଟିଏ ଅହିରାଜ ଶିକାର ପାଇଁ ଗୋଧିକୁ ଗୋଡ଼ାଇଥିଲା। ଗୋଧିଟି ଶ୍ରୀକାନ୍ତ ନାୟକଙ୍କ ଘରେ ପଶି ଯାଇଥିଲା।

author-image
Manoranjan Sial
Similipal

Similipal

ଗୋଧିକୁ ଗୋଡାଇ ଗୋଡ଼ାଇ ଶୋଇବା ଘରେ ପଶିଗଲା ୧୫ ଫୁଟ ଲମ୍ବର ଅହିରାଜ। ଆଉ ତା’ପରେ ଗର୍ଜନ ତର୍ଜନ କରିଥିଲା। ସୌଭାଗ୍ୟକୁ ସେହି ଘରେ କେହିନଥିଲେ...। ଏପରି ଘଟଣା ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ଦେଖିବାକୁ ମିଳିଛି।

Advertisment

ମୟୂରଭଞ୍ଜ ଶିମିଳିପାଳ ଅଭୟାରଣ୍ୟ ପାଦ ଦେଶରେ ରହିଛି ବାଙ୍ଗରା ଗାଁ। ରବିବାର ମଧ୍ୟାହ୍ନରେ ଗୋଟିଏ ଅହିରାଜ ଶିକାର ପାଇଁ ଗୋଧିକୁ ଗୋଡ଼ାଇଥିଲା। ଗୋଧିଟି ଶ୍ରୀକାନ୍ତ ନାୟକଙ୍କ ଘରେ ପଶି ଯାଇଥିଲା। ତେଣୁ ଅହିରାଜଟି ଗୋଧି ପଛେ ପଛେ ଘରେ ପଶି ଯାଇଥିଲା। ସୌଭାଗ୍ୟକୁ ଘରେ କେହି ନଥିଲେ। ଶ୍ରୀକାନ୍ତଙ୍କ ପରିବାର ଲୋକେ ଏହା ଦେଖି ଘରର କବାଟ ଦେଇଦେଇଥିଲେ। ସାପଟି ଘର ଭିତରେ ଗର୍ଜତ ତର୍ଜନ କରୁଥିଲେ।

ଘରେ ସାପ ପଶିଥିବା ଶ୍ରୀକାନ୍ତଙ୍କ ପରିବାର ଲୋକ ବନ ବିଭାଗକୁ ଖବର ଦେଇଥିଲେ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ତାଲିମ ପ୍ରାପ୍ତ ସାପ ଉଦ୍ଧାରକାରୀ କୃଷ୍ଣଚନ୍ଦ୍ର ଗୋଚ୍ଛାୟତ, ଦୀପକ ବେଣ୍ଟାକାର, ମୋତି ସାଗର ପାତ୍ର ପ୍ରମୁଖ ବାଙ୍ଗରା ଗାଁରେ ପହଞ୍ଚିଥିଲେ। ଆଉ କୌଶଳ କରି ଘରେ ପଶି ଅହିରାଜ ସାପକୁ କାବୁ କରିଥିଲେ। ସାପର ଲମ୍ୱ ୧୫ ଫୁଟ୍‌ ହେବ। ଅହିରାଜ ସାପଟି ଅଣ୍ଡିରା ବୋଲି ଜଣାପଡିଛି।

Advertisment

ଅହିରାଜକୁ ଉଦ୍ଧାର ପରେ ବାରିପଦା ବନଖଣ୍ଡ କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ପରବର୍ତ୍ତୀ ସମୟରେ ସାପଟିକୁ ଶିମିଳିପାଳ ଅଭୟାରଣ୍ୟରେ ଛଡାଯାଇଥିବା ଜଣାପଡ଼ିଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

Similipal National Park Baripada