Advertisment

ସୀମାରେ ଅଣ୍ଡା ଓ କୁକୁଡା ଗାଡ଼ି ଅଟକାଇଛି କୋଲକାତା ପୁଲିସ୍‌

ଆସାମ ଓ ଓଡ଼ିଶାର ପଡ଼ୋଶୀ ପଶ୍ଚିମବଙ୍ଗ ଅଣ୍ଡା ଏବଂ କୁକୁଡ଼ା ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି। ପ୍ରତିଦିନ ଶହଶହ ଗାଡ଼ି ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଓ ଆସାମ ଯିବା ଆସିବା କରିଥାଏ।

Kolkata

Kolkata

Advertisment

ପଶ୍ଚିମବଙ୍ଗ ସୀମାରେ ଅଟକିଛି ଅଣ୍ଡା ଓ କୁକୁଡା ଗାଡ଼ି। ଆନ୍ଧ୍ରପ୍ରଦେଶରୁ ଆସିଥିବା ଅଣ୍ଡା ଓ କୁକୁଡା ବୋଝେଇ ଟ୍ରକ୍‌ ଗୁଡ଼ିକୁ ୨୪ ଘଣ୍ଟା ହେଲା କୋଲକାତା ପୁଲିସ୍‌ ଅଟକାଇ ରଖିଛି। ଯେଉଁଥିପାଇଁ ୭୦ରୁ ଅଧିକ ଟ୍ରକ୍‌ ଜାତୀୟ ରାଜପଥରେ ଛିଡ଼ା ହୋଇଛି। ଆଗକୁ ଯାଇପାରୁ ନାହିଁ।

Advertisment

ଆସାମ ଓ ଓଡ଼ିଶାର ପଡ଼ୋଶୀ ପଶ୍ଚିମବଙ୍ଗ ଅଣ୍ଡା ଏବଂ କୁକୁଡ଼ା ପାଇଁ ଆନ୍ଧ୍ରପ୍ରଦେଶ ଉପରେ ନିର୍ଭର କରୁଛନ୍ତି। ପ୍ରତିଦିନ ଶହଶହ ଗାଡ଼ି ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଓ ଆସାମ ଯିବା ଆସିବା କରିଥାଏ। ଗୁରୁବାର ସକାଳଠାରୁ ଆନ୍ଧ୍ରପ୍ରଦେଶରୁ ଆସିଥିବା ୭୦ ଅଧିକ ଅଣ୍ଡା ଓ କୁକୁଡ଼ା ବୋଝେଇ ଟ୍ରକକୁ ସୋନା କଣିଆ ଚେକ୍‌ଗେଟ୍‌ ପାଖରେ ପଶ୍ଚିମବଙ୍ଗର ଦାନ୍ତୋନ ପୁଲିସ୍‌ ଅଟକାଇ ରଖିଛି। ଆଗକୁ ଯିବା ପାଇଁ ଦେଉନାହିଁ। କାରଣ ପଚାରିଲେ ଓଡ଼ିଶାରେ ବାର୍ଡ ଫ୍ଲୁ ବ୍ୟାପିଥିବାରୁ ଅଣ୍ଡା ଓ କୁକୁଡ଼ା ଗାଡ଼ିକୁ ଆଗକୁ ଯିବା ପାଇଁ ଅନୁମତି ନାହିଁ।

ପୁଲିସ୍‌ ନାଲି ଆଖି ପରେ ଉପାୟଶୂନ୍ୟ ହୋଇ ୨୪ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ପାର୍ଶ୍ୱରେ ଗାଡ଼ି ଗୁଡ଼ିକ ଅଟକି ରହିଛନ୍ତି। ଗାଡ଼ି ଚାଳକମାନେ ଅଖିଆ ଅପିଆ ରହିଛନ୍ତି। ଅନ୍ୟ ପକ୍ଷରେ ଦୀର୍ଘ ସମୟ ଧରି ଗାଡ଼ି ଛିଡ଼ା ହେଲେ କୁକୁଡ଼ା ମରିଯିବା ଓ ଅଣ୍ଡା ନଷ୍ଟ ହେବା ଭୟ ଘାରିଛି। ତେଶୁ ଶୀଘ୍ର ଅଣ୍ଡା ଓ କୁକୁଡା ଗାଡ଼ି ଛାଡ଼ିବାକୁ ଟ୍ରକ୍‌ ଡ୍ରାଇଭରମାନେ ପୁଲିସ୍‌କୁ ଅନୁରୋଧ କରିଛନ୍ତି। ତେବେ ଛୋଟ ଛୋଟ ଗାଡ଼ି ଅନ୍ୟ ରାସ୍ତାରେ ପଶ୍ଚିମବଙ୍ଗ ଭିତରେ ପଶିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Andhra Pradesh Assam Kolkata
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe