Advertisment

କୋରାପୁଟ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍‌ ବ୍ୟାଜାପ୍ତି ପାଇଁ ନିର୍ଦ୍ଦେଶ, ସମୟ ମାଗିଲେ ଅଧିକାରୀ

ବାଜ୍ୟାପ୍ତ ହେବ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାର୍‌ । ଏନେଇ ୱାରେଣ୍ଟ ଜାରି କରିଛନ୍ତି କୋରାପୁଟ ସିନିଅର ଡିଭିଜନ ସିଭିଲ ଜଜ୍‌ ।

Car

Car

Advertisment

ବାଜ୍ୟାପ୍ତ ହେବ କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ବ୍ୟବହାର କରୁଥିବା କାର୍‌ । ଏନେଇ ୱାରେଣ୍ଟ ଜାରି କରିଛନ୍ତି କୋରାପୁଟ ସିନିଅର ଡିଭିଜନ ସିଭିଲ ଜଜ୍‌ । ଏହାସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏସି, ଆଲମିରା, ଚେୟାର, ଟେବୁଲ ମଧ୍ୟ ବାଜ୍ୟାପ୍ତ କରିବା ପାଇଁ ୱାରେଣ୍ଟରେ ଉଲ୍ଲେଖ ରହିଛି ।

Advertisment

୨୦୧୦ ମସିହାରେ ନନ୍ଦପୁର ସିଡିପିଓଙ୍କ କାର୍ଯ୍ୟାଳୟକୁ CMRF ଔଷଧ ଯୋଗାଣ କରି ଅର୍ଥ ପାଇନଥିବା ଘଟଣାରେ ଏହି ନୋଟିସ ଜାରି ହୋଇଛି। ‘ଦି ମଦର’ ମେଡିକାଲ ଷ୍ଟୋରର ମାଲିକ ହରେକୃଷ୍ଣ ମହାନ୍ତି ୨୦୧୦ ମସିହାରେ ୨ ଲକ୍ଷ ୬୩ ହଜାର ୮୩୯ ଟଙ୍କାର ଔଷଧ ଯୋଗାଣ କରିଥିଲେ। ମାମଲା ଜନିତ ଖର୍ଚ ସହ ମୋଟ ୪ ଲକ୍ଷ ୩୩ ହଜାର ୭୭୪ ଟଙ୍କା ୯୬ ପଇସା ଦେବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ କୋର୍ଟ । ମାତ୍ର ଟଙ୍କା ନ ମିଳିବାରୁ ହରେକୃଷ୍ଣ ମହାନ୍ତି ଅଦାଲତର ଆଶ୍ରୟ ନେଇଥିଲେ ।

ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ‘ଦି ମଦର’ ମେଡିକାଲ ଷ୍ଟୋରକୁ ନନ୍ଦପୁର ସିଡିପିଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଟଙ୍କା ପଇଠ କରାଯାଇ ନ ଥିଲା। ଏହାକୁ ନେଇ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ମେଡିକାଲ ଷ୍ଟୋର କର୍ତ୍ତୃପକ୍ଷ ।

Advertisment

ଟଙ୍କା ପୈଠ କର ନଚେତ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କାର୍‌, ୧୦ଟି ଟେବୁଲ, ୧୦ଟି ଚେୟାର, ୧୦ଟି ଏସି, ୨୦ଟି ଫ୍ୟାନ ଓ ୧୦ଟି ଆଲମିରା ବାଜ୍ୟାପ୍ତି କରିବାକୁ ସିନିୟର ସିଭିଲ କୋର୍ଟ କୋରାପୁଟଙ୍କ ପକ୍ଷରୁ ୱାରେଣ୍ଟ ଜାରି ହୋଇଥିଲା । ୱାରେଣ୍ଟ ଆଦେଶ ଧରି ଅଦାଲତର କର୍ମଚାରୀ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଟଣାକୁ ନେଇ ଖୋଳତାଡ ଜାରି ରହିଥିଲା।

ଗତ ସନ୍ଧ୍ୟା ସୁଦ୍ଧା ଆଲୋଚନା ଚାଲିଥିବା ବେଳେ ୱାରେଣ୍ଟ କାର୍ଯ୍ୟକାରୀ ହୋଇପାରି ନ ଥିଲା। ତେଣୁ ପୁଣି ଥରେ ଏ ସମ୍ପର୍କରେ କଣ ନିର୍ଦ୍ଦେଶ ଆସିବ ତାହା ସନ୍ଦେହ ଘେରରେ ଥିବାବେଳେ ଏଜେନ୍ସି ଓକିଲ କିନ୍ତୁ ଟଙ୍କା ପୈଠ ନ କଲେ ପୁଣି ୱାରେଣ୍ଟ ବାହାରିବ ବୋଲି କହିଛନ୍ତି।

ଏବେ ଜିଲ୍ଲାପାଳ କୋରାପୁଟରେ ଅନୁପସ୍ଥିତ ଥିବାରୁ ସେ ଆସିବା ପରେ ଏହି ଘଟଣାର ସମାଧାନ ବାଟ ବାହାର କରାଯିବ ବୋଲି ସରକାରୀ ଓକିଲ କହିଛନ୍ତି। ଅପରପକ୍ଷେ, ଯେହେତୁ ପ୍ରତିପକ୍ଷ ଲିଖିତ ଆକାରରେ ଦେଇଛନ୍ତି, ଏ ସମ୍ପର୍କରେ କୋର୍ଟଙ୍କୁ ଅବଗତ କରିବୁ। କୋର୍ଟ ଯାହା ପଦକ୍ଷେପ ନେବେ ତାହାକୁ ମାନି ନେବୁ ବୋଲି ସେ କହିଛନ୍ତି। 

ଏ ସମ୍ପର୍କରେ ହରେକୃଷ୍ଣ ମହାନ୍ତି କହିଛନ୍ତି, ମୁଁ ମେଡିସିନ ସପ୍ଲାଏ କରିଥିବା ବେଳେ ମୋର ୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ମେଡିସିନ ବିଲ୍‌ ବାକି ରହିଥିଲା। ବହୁ ଅନୁରୋଧ ପରେ ବି ସିଡିପିଓ ଟଙ୍କା ପେମେଣ୍ଟ କରି ନ ଥିଲେ। ଏହାପରେ ମୁଁ କୋର୍ଟଙ୍କ ଦ୍ୱାରସ୍ଥ ହେଲି। ୨୦୧୮ ମସିହାରେ ତରନ୍ତ ବିଲ୍‌ ପଇଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଲେ। ଏହାପରେ ବି ଉକ୍ତ ନିର୍ଦ୍ଦେଶକୁ ଖାତିର କଲେନି। ପରେ ଏବେ ପୁଣି ଥରେ ଏଡିଏମ୍‌ଓଙ୍କ ଗାଡ଼ି ସିଜ୍‌ କରିବାକୁ ଅର୍ଡର ଦିଆଯାଇଛି। ମାତ୍ର ଦୁଇ, ୩ ଦିନ ମଧ୍ୟରେ ସମସ୍ତ ଦେୟ ପଇଠ କରିବା ନିମନ୍ତ, ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି।

Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe