Advertisment

ଡେପୁଟେସନରେ ଆସିଥିଲେ ପତ୍ନୀ, ଏବେ ଆସିଲେ ପତି: କୌସ୍ତଭଦୀପ୍ତ ରାଜ୍ୟ ବାଣିଜ୍ୟ ଓ ପରିବହନ ଯୁଗ୍ମସଚିବ

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରେଳବାଇ ବୋର୍ଡର ସେପ୍ଟେମ୍ବର ୮ତାରିଖର ନିର୍ଦ୍ଦେଶନାମା ଆଧାରରେ ରାଜ୍ୟ ସରକାର ୨୦୧୬ ବ୍ୟାଚ୍ ଆଇଆରଟିଏସ(ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ) ଅଫିସର କୌସ୍ତଭଦୀପ ପାଣିଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।

author-image
Ordigital Desk
undefined

Lokaseva Bhavan

ପ୍ରାୟ ୧୦ମାସ ପୂର୍ବରୁ ପତ୍ନୀ ଆଇଏଏସ୍ ମୋନିକା ପ୍ରିୟଦର୍ଶିନୀ ଆସିଥିଲେ ଓଡ଼ିଶାକୁ ଡେପୁଟେସନରେ । ଏବେ ପତି ଆଇଆରଟିଏସ୍ କୌସ୍ତଭଦୀପ୍ତ ପାଣି ଆସିଲେ । ଆଉ ରାଜ୍ୟ ସରକାର ତାଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରିବା ସହ ରେଳ କୋର୍ଡିନେସନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ।

Advertisment

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରେଳବାଇ ବୋର୍ଡର ସେପ୍ଟେମ୍ବର ୮ତାରିଖର ନିର୍ଦ୍ଦେଶନାମା ଆଧାରରେ ରାଜ୍ୟ ସରକାର ୨୦୧୬ ବ୍ୟାଚ୍ ଆଇଆରଟିଏସ(ଇଣ୍ଡିଆନ ରେଲୱେ ଟ୍ରାଫିକ ସର୍ଭିସ) ଅଫିସର କୌସ୍ତଭଦୀପ ପାଣିଙ୍କୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ପାଣି ମଧ୍ୟ ରେଳ କୋର୍ଡିନେସନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଓଡ଼ିଶାକୁ ତାଙ୍କର ଡେପୁଟେସନ ଅବଧି ୩ବର୍ଷ ପାଇଁ (ସେପ୍ଟେମ୍ବର ୯ରୁ) ଧାର୍ଯ୍ୟ କରାଯାଇଛି ।

ଉଲ୍ଲେଖଯୋଗ୍ୟ, ଏଜିଏମୟୁଟି କ୍ୟାଡ଼ରର ୨୦୧୪ ବ୍ୟାଚ୍ ଆଇଏଏସ୍ ମୋନିକା ପ୍ରିୟଦର୍ଶିନୀ ବ୍ୟକ୍ତିଗତ କାରଣ ଦର୍ଶାଇ ୨୦୨୪ ନଭେମ୍ବର ୧୪ତାରିଖରେ ଓଡ଼ିଶା କ୍ୟାଡ଼ରକୁ ୩ବର୍ଷ ପାଇଁ ଡେପୁଟେସନରେ ଆସିଛନ୍ତି । ସେ ଏବେ ରାଜ୍ୟ ମିଶନ  ଶକ୍ତି ବିଭାଗର ନିର୍ଦ୍ଦେଶିକା ସହ ଜୀବିକାମିଶନର ମଧ୍ୟ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଛନ୍ତି । ମୋନିକା ହେଉଛନ୍ତି ଅବସରପ୍ରାପ୍ତ ଆଇଏଏସ୍ ରଙ୍ଗଲାଲ ଜାମୁଡ଼ାଙ୍କ ଝିଅ ।

Advertisment

ସେହିପରି ୨୦୨୩ ବ୍ୟାଚ୍ ଆଇଏଏସ୍ ପ୍ରଣୀତା ଦାଶ ଓ କସ୍ତୁରୀ ପଣ୍ଡାଙ୍କ ସ୍ୱାମୀ ମଧ୍ୟ ନିଜର କ୍ୟାଡ଼ର ପରିବର୍ତ୍ତନ କରି ଓଡ଼ିଶାକୁ ଆସିଛନ୍ତି । ପ୍ରଣୀତାଙ୍କ ସ୍ୱାମୀ ୨୦୨୩ ବ୍ୟାଚର ଆଇଏଏସ୍  ଅଭିନାଶ କୁମାର ନିଜର କ୍ୟାଡ଼ର ପଶ୍ଚିମବଙ୍ଗ ପରିବର୍ତ୍ତେ ଓଡ଼ିଶାକୁ ପଛନ୍ତି। କେନ୍ଦ୍ର ସରକାରଙ୍କ ଅନୁମତି ପରେ ସେ ଗତ ମାର୍ଚ୍ଚ ମାସରୁ ଓଡ଼ିଶା କ୍ୟାଡ଼ରର ଆଇଏଏସ୍ ଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ରଶ୍ମିତା ପଣ୍ଡାଙ୍କ ସ୍ୱାମୀ ୨୦୨୩ ବ୍ୟାଚ୍ ଆଇଏଏସ୍ ଶିବ ମାଲବ୍ୟ ମଧ୍ୟ ଆସାମ-ମେଘାଳୟ କ୍ୟାଡ଼ର ପରିବର୍ତ୍ତ ଓଡ଼ିଶାକୁ ଗତ ଜାନୁୟାରୀ ମାସରୁ ଆସିଛନ୍ତି ।