/odisha-reporter/media/post_attachments/uploadimage/library/16_9/16_9_0/Lion_1723644749.jpg)
Lion
ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସିଂହ ‘କ୍ରିଶ’ର ମୃତ୍ୟୁ ଘଟିଛି। ବୟସାଧିକ ଯୋଗୁ କ୍ରିଶର ମୃତ୍ୟୁ ଘଟିଛି। ତାକୁ ୨୦ ବର୍ଷ ଏକ ମାସ ୨୮ ଦିନ ହୋଇଥିଲା।
Advertisment
ଗତ ଜୁଲାଇ ୨୬ ତାରିଖରୁ ତା’ର ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଯାଇଥିଲା। ସେ ଦୁର୍ବଳ ହୋଇଯାଇଥିଲା। ଖାଇବା କମାଇ ଦେଇଥିଲା। ତା’ର ଚିକିତ୍ସା ଚାଲିଥିଲା। କିନ୍ତୁ ଗତ ସପ୍ତାହେ ହେବ କ୍ରିଶ୍ ଆଉ ଛିଡ଼ା ହୋଇପାରୁ ନଥିଲା। ପ୍ରାଣୀ ଚିକିତ୍ସମାନଙ୍କର ଶତ ଚେଷ୍ଟା ସତ୍ତ୍ୱେ କ୍ରିଶ୍ର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇ ନଥିଲା। ଆଉ ଆଜି ସକାଳ ୯ଟା ବେଳେ ତା’ର ମୃତ୍ୟୁ ଘଟିଥିଲା।
୨୦୦୪ ମସିହା ଜୁନ୍ ମାସରେ ନନ୍ଦନକାନନରେ କ୍ରିଶ୍ ଜନ୍ମ ହୋଇଥିଲା। କ୍ରିଶ୍ ଏକ ପୁରୁଷ ହାଇବ୍ରିଡ୍ ସିଂହ ଥିଲା। କ୍ରିଶ୍ ଓ ରାଧାର ମିଳନରୁ କଳ୍ପନା ଓ ଜୀତ ଜନ୍ମ ହୋଇଥିଲେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
