Advertisment

ନନ୍ଦନକାନନରେ ସିଂହ ‘କ୍ରିଶ’ର ମୃତ୍ୟୁ

୨୦୦୪ ମସିହା ଜୁନ୍ ମାସରେ ନନ୍ଦନକାନନରେ କ୍ରିଶ୍ ଜନ୍ମ ହୋଇଥିଲା।

Lion

Lion

Advertisment

ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ସିଂହ ‘କ୍ରିଶ’ର ମୃତ୍ୟୁ ଘଟିଛି। ବୟସାଧିକ ଯୋଗୁ କ୍ରିଶର ମୃତ୍ୟୁ ଘଟିଛି। ତାକୁ ୨୦ ବର୍ଷ ଏକ ମାସ ୨୮ ଦିନ ହୋଇଥିଲା।

Advertisment

ଗତ ଜୁଲାଇ ୨୬ ତାରିଖରୁ ତା’ର ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ଦେଖାଯାଇଥିଲା। ସେ ଦୁର୍ବଳ ହୋଇଯାଇଥିଲା। ଖାଇବା କମାଇ ଦେଇଥିଲା। ତା’ର ଚିକିତ୍ସା ଚାଲିଥିଲା। କିନ୍ତୁ ଗତ ସପ୍ତାହେ ହେବ କ୍ରିଶ୍ ଆଉ ଛିଡ଼ା ହୋଇପାରୁ ନଥିଲା। ପ୍ରାଣୀ ଚିକିତ୍ସମାନଙ୍କର ଶତ ଚେଷ୍ଟା ସତ୍ତ୍ୱେ କ୍ରିଶ୍‌ର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହୋଇ ନଥିଲା। ଆଉ ଆଜି ସକାଳ ୯ଟା ବେଳେ ତା’ର ମୃତ୍ୟୁ ଘଟିଥିଲା।

୨୦୦୪ ମସିହା ଜୁନ୍ ମାସରେ ନନ୍ଦନକାନନରେ କ୍ରିଶ୍ ଜନ୍ମ ହୋଇଥିଲା। କ୍ରିଶ୍ ଏକ ପୁରୁଷ ହାଇବ୍ରିଡ୍ ସିଂହ ଥିଲା। କ୍ରିଶ୍ ଓ ରାଧାର ମିଳନରୁ କଳ୍ପନା ଓ ଜୀତ ଜନ୍ମ ହୋଇଥିଲେ।

Advertisment
Nandankanan Zoological Park Lion
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe