BJP
କୁଶଭଦ୍ରାର ଖନନ, ସୁରକ୍ଷା ଓ ସୌନ୍ଦର୍ଯ୍ୟ ଅଭିବୃଦ୍ଧିକୁ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ସରକାରୀ ବାସଭବନରେ ଭେଟିଛି କୁଶଭଦ୍ରା କାନ୍ଦୁଛି ପରିବାର । ନିମାପଡ଼ାର ଜୀବନ ରେଖା କୁଶଭଦ୍ରାର ହୃତଗୌରବ ଫେରାଇ ଆଣିବା ଦିଗରେ ୭ଗୋଟି ଦାବିକୁ ଉତଥାପନ କରାଯାଇଛି । ପ୍ରାୟ ୩ଘଣ୍ଟା ଧରି ନିମାପଡ଼ା-ଗୋପ ଓ ଐତିହ୍ୟଗର୍ଭା କୁଶଭଦ୍ରାର ବିକାଶ ସମ୍ପର୍କିତ ଆଲୋଚନା କରିଛନ୍ତି ସଦସ୍ୟ ।
ବାଲିଅନ୍ତା ସ୍ଥିତ କୁଆଖାଇ ନଦୀରୁ ସୃଷ୍ଟି ହୋଇଥିବା କୁଶଭଦ୍ରାର ମୁହାଣ ପୋତି ହୋଇଯାଇଥିବାବେଳେ, ନଦୀ ବିଭିନ୍ନ ସ୍ଥାନରେ ଏକ ପ୍ରକାର ବନ୍ଦ ହୋଇ ଗଲାଣି । ଚାଷ ଉପଯୋଗୀ କୁଶଭଦ୍ରା ପଠାରେ ମଧ୍ୟ ଚାଷୀ ସଠିକ ଭାବେ ଫସଲ ଉତ୍ପାଦନ କରିପାରୁ ନାହାଁନ୍ତି । କୁଶଭଦ୍ରାକୁ ନେଇ ଅନେକ ଐତିହାସିକ ତଥ୍ୟ ଥିବାବେଳେ କୋଣାର୍କ ମନ୍ଦିର ନିର୍ମାଣରେ ମଧ୍ୟ ଉକ୍ତ ନଦୀର ଅବଦାନ ଅବର୍ଣ୍ଣନୀୟ ।
ତେଣୁ କୁଶଭଦ୍ରା ଚିରସ୍ରୋତା ହେବାର ଆବଶ୍ୟକତାକୁ ଅନୁଭବ କରି 'କୁଶଭଦ୍ରା କାନ୍ଦୁଛି ପରିବାର' ଉପ-ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ସହ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଅବଗତ ହୋଇଥିଲେ । ଦୀର୍ଘ ସମୟର ଆଲୋଚନାରେ ଉପମୁଖ୍ୟମନ୍ତ୍ରୀ ସମସ୍ତ ଦାବିକୁ ଗୁରୁତର ସହ ଶୁଣିଥିବା ବେଳେ ଏହାର ସମାଧାନ ନେଇ ମଧ୍ୟ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ ।
ନିମାପଡ଼ାର ବୁଦ୍ଧିଜୀବୀ, ଶିକ୍ଷାବିତ୍, ଭୂତତ୍ୱବିତ୍, ଗବେଷକ, ଅଧ୍ୟାପକ, କୃଷକ, ବ୍ୟବସାୟୀ, ସାମ୍ବାଦିକଙ୍କୁ ନେଇ କୁଶଭଦ୍ରା କାନ୍ଦୁଛି ପରିବାର ଉପମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି । ସଂଗଠନର ଆବାହକ- ନିଗମାନନ୍ଦ ସାହୁ, ସଂଯୋଜକ- ବିକାଶ ଚନ୍ଦ୍ର ବାରିକ, ସଦ୍ୟସ- ନିରଞ୍ଜନ ସାହୁ, ଶରତ ଚନ୍ଦ୍ର ସେନାପତି, ସଚ୍ଚିନ୍ ଗୋଛାୟତ, ଭାଗୀରଥୀ ଓଝା, ଦର୍ପ ନାରାୟଣ ସାହୁ , ଅମୂଲ୍ୟ ସ୍ୱାଇଁ, ପ୍ରଶାନ୍ତ ଖଟୋଇ ପ୍ରମୁଖ ଉପସ୍ଥିତ ରହିଥିଲେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1757514857.jpg)