Advertisment

ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଜିଏସଟି କାଉନସିଲ ସଦସ୍ୟ

ଜିଏସଟି କାଉନସିଲରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ସଦସ୍ୟ ଭାବେ ସାମିଲ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ଅର୍ଥ ବିଭାଗକୁ ନିଜ ପାଖରେ ରଖିଥିବାରୁ କେଭିଙ୍କୁ ଜିଏସଟି କାଉନସିଲ ସଦସ୍ୟ ଭାବେ ମନୋନୀତ କରାଯାଇଛି ।

ଅଦ୍ୟତନ ହୋଇଛି
KV with CM

KV with CM

Advertisment

କେନ୍ଦ୍ର ସରକାର ଜିଏସଟି କାଉନସିଲର ମନ୍ତ୍ରିସ୍ତରୀୟ କମିଟିର ପୁର୍ନଗଠନ କରିଛନ୍ତି । ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଜିଏସଟି କାଉନସିଲରେ ସଦସ୍ୟ ଭାବେ ସାମିଲ ହୋଇଛନ୍ତି । ଜିଏସଟି କାଉନସିଲରେ ରାଜ୍ୟର ଅର୍ଥମନ୍ତ୍ରୀମାନେ ସଦସ୍ୟ ଭାବେ ସାମିଲ ହୋଇଥିବାବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବେ ଅର୍ଥ ବିଭାଗକୁ ନିଜ ପାଖରେ ରଖିଥିବାରୁ କେଭିଙ୍କୁ ଜିଏସଟି କାଉନସିଲ ସଦସ୍ୟ ଭାବେ ମନୋନୀତ କରାଯାଇଛି ।

Advertisment

ସୂଚନା ଅନୁସାରେ, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ଏହି ଜିଏସଟି ପରିଷଦର ଆବାହକ ଥିବାବେଳେ ହରିୟାଣା ଅର୍ଥମନ୍ତ୍ରୀ ଜୟପ୍ରକାଶ ପଟେଲ, ଛତିଶଗଡ଼ ଅର୍ଥମନ୍ତ୍ରୀ ଓପି ଚୌଧୁରୀ, ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶ ମାରଲେନା, ଆସାମ ଅର୍ଥମନ୍ତ୍ରୀ ଅଜନ୍ତା ନିଓଗ, ଆନ୍ଧ୍ରପ୍ରଦେଶ ଅର୍ଥମନ୍ତ୍ରୀ ପାୟଭଲୁ କେଶବ ଓ ତାମିଲନାଡୁ ଅର୍ଥମନ୍ତ୍ରୀ ଥାଙ୍ଗମ ଥେନାରସୁ ମଧ୍ୟ ପରିଷଦର ସଦସ୍ୟ ଅଛନ୍ତି ।

GST
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe