Advertisment

ଦଗା ଦେଲା ଗୁଗୁଲ ମ୍ୟାପ୍; ଯାଉଥିଲେ ରାୟପୁର, ପହଞ୍ଚିଲେ କନ୍ଧମାଳ

୩ ଦିନ ହେଲା ଟ୍ରକଟି ସେହି ଅଣ ଅସାରିଆ ରାସ୍ତାରେ ଫଶି ରହିଛି।

author-image
Tapaswini Nayak
Truck

Truck

ଭୁଲ୍ ରାସ୍ତା ଦେଖାଇଲା ଗୁଗୁଲ ମ୍ୟାପ୍। ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଟ୍ରକ୍ ଡ୍ରାଇଭର। ଗୁଗୁଲ ମ୍ୟାପ୍ ଭୁଲ ରାସ୍ତା ଦେଖାଇବା ଯୋଗୁ ଛତିଶଗଡ଼ର ରାୟପୁର ଯାଉଥିବା ଚାଉଳ ବୋଝେଇ ଟ୍ରକଟି କନ୍ଧମାଳ ଜିଲ୍ଲା ଗାଜଲବାଡ଼ି ଘାଟିରେ ୩ ଦିନ ହେବ ଫଶି ରହିଛି।

Advertisment

ଏକ ଚାଉଳ ବୋଝେଇ ଟ୍ରକ୍ ବିଶାଖାପାଟଣାରୁ ବାହାରି ଛତିଶଗଡ଼ର ରାୟପୁରକୁ ଯାଉଥିଲା। ଟ୍ରକ୍ ଡ୍ରାଇଭର ଗୁଗୁଲ ମ୍ୟାପ୍ ଦେଖି ସର୍ଟକର୍ଟ ରାସ୍ତାରେ ଯିବାକୁ ଚେଷ୍ଟା କରିଥିଲେ। ହେଲେ ଗୁଗୁଲ ମ୍ୟାପ ଭୁଲ୍‌ ରାସ୍ତା ଦେଖାଇଥିଲା। ଟ୍ରକଟି ରାୟପୁର ଯିବାକୁ ଥିବା ବେଳେ କନ୍ଧମାଳ-ଗଂଜାମ ସୀମାନ୍ତ ଗାଜଲବାଡ଼ି ଘାଟିର ଅଣ ଓସାରିଆରେ ପହଞ୍ଚିଯାଇଥିଲା।।

ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଟ୍ରକ୍ ଡ୍ରାଇଭର ଓ ହେଲପର। ୩ ଦିନ ହେଲା ଟ୍ରକଟି ସେହି ଅଣ ଅସାରିଆ ରାସ୍ତାରେ ଫଶି ରହିଛି।ଫଳରେ ସେହି ରାସ୍ତା ଦେଇ ଅନ୍ୟ ଗାଡ଼ି ଗୁଡ଼ିକ ଯିବା ପାଇଁ ଅସୁବିଧା ହେଉଛି।  

Advertisment

 ଅନ୍ୟପକ୍ଷରେ ଗାଡ଼ିଟି ଖରାପ ହୋଇଯାଇଥିବା ଡ୍ରାଇଭର କହିଛନ୍ତି। ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

Kandhamal