Advertisment

ଭୋଟ୍ ପାଇଁ ଘରକୁ ଫେରିବାକୁ ଚାହୁଁଛନ୍ତି ଦାଦନ ଶ୍ରମିକ; ଛାଡ଼ୁନି ଇଟାଭାଟି ମାଲିକ

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଇଚ୍ଛାପଡ଼ା ପଞ୍ଚାୟତର ଶହ ଶହ ଲୋକ ଇଟାଭାଟିରେ ଦାଦନ ଖଟିବାକୁ ଯାଇଛନ୍ତି।

ଅଦ୍ୟତନ ହୋଇଛି
Balangir

Balangir

Advertisment

ଭୋଟ୍ ଦେବା ପାଇଁ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି ଦାଦନ ଶ୍ରମିକ। କିନ୍ତୁ ଛୁଟି ଦେବାକୁ ରାଜି ହେଉନାହାନ୍ତି ତେଲେଙ୍ଗାନା ଇଟାଭାଟି ମାଲିକ। ଯେତେ ନେହୁରା ହେଲେ ବି, ଯେତେ ଯୁକ୍ତି କଲେ ବି ଛୁଟି ମିଳିବନି କହୁଛନ୍ତି ତେଲେଙ୍ଗାନା ଇଟାଭାଟି ମାଲିକ। ସୋଶାଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓ କେଉଁ ଦିନରେ ଜଣା ପଡ଼ି ନଥିଲେ ବି ତେଲେଙ୍ଗାନାର ନାରଖୁଡ଼ାରେ ଏହି ଘଟଣା ବୋଲି ଜଣାପଡ଼ିଛି। ଆଉ ଏହି ଶ୍ରମିକମାନେ କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀର ବୋଲି ଜଣାଯାଇଛି।

Advertisment

ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ଇଚ୍ଛାପଡ଼ା ପଞ୍ଚାୟତର ଶହ ଶହ ଲୋକ ଇଟାଭାଟିରେ ଦାଦନ ଖଟିବାକୁ ଯାଇଛନ୍ତି। ଭୋଟ ଦେବାକୁ ନିଜ ଘରକୁ ଫେରିବାକୁ ଚାହୁଁଛନ୍ତି। ଏନେଇ ଶ୍ରମିକମାନେ ଘରକୁ ଯିବା ପାଇଁ ଛୁଟି ମାଗୁଥିବା ବେଳେ ଇଟାଭାଟିମାଲିକ ରାଜି ହେଉନାହାନ୍ତି।

ଶ୍ରମିକମାନେ ଯେତେ ବିନତୀ କଲେ ବି ଛୁଟି ମିଳିବନି ମାଲିକ କହୁଛନ୍ତି। ଯାହକୁ ନେଇ ଶ୍ରମିକ ଓ ଇଟାଭାଟି ମାଲିକଙ୍କ ମଧ୍ୟରେ ଯୁକ୍ତିତର୍କ ହେଉଥିବା ଭିଡିଓରୁ ଦେଖିବାକୁ ମିଳିଛି। ଏହି ଭିଡିଓ ଭାଇରାଲ ହେବାପରେ ଜିଲ୍ଲା ପ୍ରଶାସନପକ୍ଷରୁ କୌଣସି ପ୍ରତିକ୍ରିୟା ମଳିନାହିଁ।

Advertisment
Bolangir Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe