Advertisment

ଡ୍ରେନ୍ କାମବେଳେ ଭୁଶୁଡ଼ିଲା କାନ୍ଥ, ଶ୍ରମିକ ମୃତ

ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମବେଳେ ଘଟିଛି ଏହି ଅଘଟଣ। ଜଣେ ଶ୍ରମିକ ମୃତ, ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି।

Labourer dies during drain work

Labourer dies during drain work

Advertisment

କଟକରେ ଡ୍ରେନ୍ କାମବେଳେ ଅଘଟଣ। ଜଣେ ଶ୍ରମିକ ମୃତ, ଜଣେ ଗୁରୁତର। ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମବେଳେ ଘଟିଛି ଏହି ଅଘଟଣ। ଡ୍ରେନ୍ କାମବେଳେ ପାଖରେ ଥିବା କାନ୍ଥ ଭୁଶୁଡ଼ି ଯିବାରୁ ଚାପି ହୋଇଯାଇଥିଲେ ଏହି ଦୁଇ ଶ୍ରମିକ। ତେବେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ମୃତଦେହ ଉଦ୍ଧାର କରାଯାଇଛି। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। 

Advertisment

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସେଠାରେ ୫ ଜଣ ଶ୍ରମିକ କାମ କରୁଥିଲେ। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛନ୍ତି। ତେବେ ସେଠାରେ କୌଣସି ଠିକାଦାର ବା କୌଣସି ସିଏମସି ଅଧିକାରୀଙ୍କର ଦେଖା ନାହିଁ। ଡ୍ରେନ ନିକଟରେ ଥିବା କାନ୍ଥ ବିପଦଶଂକୁଳ ଅବସ୍ଥାରେ ଥିବାରୁ ସେମାନଙ୍କୁ ବାରମ୍ବାର ସ୍ଥାନୀୟ ଲୋକେ ସତର୍କ କରାଇଥିଲେ। ଏହା ସତ୍ତ୍ୱେ କୌଣସି ସାବଧାନତା ଅବଲମ୍ବନ କରାଯାଇନଥିବା କୁହାଯାଉଛି।

ଅନ୍ୟପଟେ ନାବାଳକ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିଥିବାରୁ ପ୍ରଥମେ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସ୍ଥାନୀୟ ଲୋକେ। ସେହିପରି ମୃତ ଶ୍ରମିକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହୋଇଛି। 

Advertisment
Cuttack Drain Death Cmc Labourer Died During Drain Work
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe