Advertisment

ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ

‘ଭୁଲ ବୁଝାମଣା ପାଇଁ ରାଉରକେଲା ଓ ମେରାମଣ୍ଡଳିରେ ଟ୍ରେନ୍‌ ଦୁର୍ଘଟଣାରେ ହାତୀଙ୍କ ଜୀବନ ଯାଇଛି। ଓଡ଼ିଶା ଜଙ୍ଗଲରେ ଅଧିକ ହାତୀ ଥିବାରୁ ବିଶେଷଜ୍ଞଙ୍କ ପରାମର୍ଶରେ କିଛି ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି।’

undefined

Elephants

Advertisment

ଓଡ଼ିଶାରେ ହାତୀଙ୍କ ପାଇଁ ଜାଗା ଅଭାବ ରହିଛି। ଯେତିକି ହାତୀ ରହି ପାରିବା କଥା ତାହାଠୁ ୪୦୦ ଅଧିକ ଅଛନ୍ତି। ବାଙ୍ଗାଲୁରୁସ୍ଥିତ ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସେସର ଏଲିଫ୍ୟାଣ୍ଟ ସେଣ୍ଟର ଷ୍ଟଡିର ତଥ୍ୟକୁ ଆଧାର କରି ଏପରି ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍‌ ସୁଶାନ୍ତ ନନ୍ଦ।

Advertisment

ତଥ୍ୟ ଅନୁସାରେ, ଓଡ଼ିଶା ଜଙ୍ଗଲରେ ସର୍ବାଧିକ ୧୭୦୦ ହାତୀ ରହିପାରିବେ। କିନ୍ତୁ ଏବେ ୪୦୦ ଅଧିକ ହାତୀ ଅଛନ୍ତି। ଅର୍ଥାତ ମୋଟ୍‌ ୨୧ ଶହ ହାତୀ ଅଛନ୍ତି। ସେଥିପାଇଁ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି। ଆଉ ହାତୀ ଓ ମଣିଷ ମଧ୍ୟରେ ଲଢ଼େଇ ହେଉଛି। ଖାଦ୍ୟ ଅଭାବରୁ ହାତୀଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମୁଛି। ଛୁଆ ହାତୀ, ରୋଗିଣା ହାତୀ ଅଧିକ ମୃତ୍ୟୁ ମୁହଁରେ ପଡ଼ୁଛନ୍ତି। ଏହାବାଦ ବିଦ୍ୟୁତ୍ ଆଘାତ ଓ ଟ୍ରେନ୍ ଦୁର୍ଘଟଣାରେ ମଧ୍ୟ ହାତୀଙ୍କ ଜୀବନ ଯାଉଛି ବୋଲି ପିସିସିଏଫ୍‌କହିଛନ୍ତି।

ସେ ଆହୁରି କହିଛନ୍ତି, ଭୁଲ ବୁଝାମଣା ପାଇଁ ରାଉରକେଲା ଓ ମେରାମଣ୍ଡଳିରେ ଟ୍ରେନ୍‌ ଦୁର୍ଘଟଣାରେ ହାତୀଙ୍କ ଜୀବନ ଯାଇଛି। ଓଡ଼ିଶା ଜଙ୍ଗଲରେ ଅଧିକ ହାତୀ ଥିବାରୁ ବିଶେଷଜ୍ଞଙ୍କ ପରାମର୍ଶରେ କିଛି ହାତୀ ଶିମିଳିପାଳ ସ୍ଥାନାନ୍ତର ପାଇଁ ଯୋଜନା ଚାଲିଛି। ସ୍ଥାନାନ୍ତର ପୂର୍ବରୁ ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ଆଲୋଚନା କରାଯିବ। ଏବେ ଝାଡ଼ଖଣ୍ଡି ଓ ଛତିଶଗଡି ହାତୀ ରାଜ୍ୟ ଭିତରକୁ ଆସୁଛନ୍ତି। ତେଣୁ ରାଜ୍ୟରେ ହାତୀଙ୍କ ବାସ୍ତବ ସଂଖ୍ୟା ଜାଣିବାକୁ ନଭେମ୍ବର ୧୪ ଓ ୧୫ ଦୁଇ ଦିନ ଧରି ଚାଲିବ ହାତୀ ଗଣନା। ଏବେ ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ପୂର୍ଣ୍ଣମୀ ରାତିରେ ସେମାନଙ୍କର ଫଟୋ ଓ ଭିଡ଼ିଓ ଉତ୍ତୋଳନ କରି ସେମାନଙ୍କ ଗଣନା କରାଯିବ ବୋଲି ପିସିସିଏଫ୍‌ କହିଛନ୍ତି।

Advertisment

ତୀର ମାଡ଼ରେ ଅସୁସ୍ଥ ଥିବା ହାତୀ ସମ୍ପର୍କରେ ପିସିସିଏଫ୍‌ କହିଛନ୍ତି, ନରସିଂହପୁରରେ ତୀର ମାଡ଼ରେ ଆହତ ହାତୀ ଏବେ ସୁସ୍ଥ ଅଛି। ହାତୀ ଶରୀରରେ ୪ଟି ତୀର ଲାଗିଥିଲା। ଶିକାର ଉଦ୍ଦେଶ୍ୟରେ ନୁହେଁ, ଫସଲ ବଞ୍ଚାଇବାକୁ ତୀର ମାରି କରି ସ୍ଥାନୀୟ ଲୋକେ ହାତୀ ଘଉଡ଼ାଇଥିବା ପିସିସିଏଫ୍‌ କହିଛନ୍ତି।

Odisha Forest Dept Elephant In Jungle
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe