Advertisment

ଚଳନ୍ତା ଟ୍ରେନରେ ଚଢ଼ୁ ଚଢ଼ୁ ଖସିପଡିଲେ ମହିଳା; ଦେବଦୂତ ସାଜିଲେ ଲେଡି କନଷ୍ଟେବଳ

ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ଖସିପଡିଥିଲେ ମହିଳା । ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି ନେଇଥିଲେ ଦେଖଣାହାରୀ। ମାତ୍ର ଦେବଦୂତ ପାଲଟିଲେ ଜିଆରପି ହେଡ କନେଷ୍ଟବଳ ।

ଅଦ୍ୟତନ ହୋଇଛି
Rescue Operationa

Rescue Operation

Advertisment

ଚଳନ୍ତା ଟ୍ରେନରେ ଚଢିବାକୁ ଉଦ୍ୟମ କରୁଥିବା ବେଳେ ଖସିପଡିଥିଲେ ମହିଳା । ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି ନେଇଥିଲେ ଦେଖଣାହାରୀ। ମାତ୍ର ଦେବଦୂତ ପାଲଟିଲେ ଜିଆରପି ହେଡ କନେଷ୍ଟବଳ । ଆଉ ତାଙ୍କ ପାଇଁ ମୃତ୍ୟୁମୁଖରୁ ଫେରି ଆସିଲେ ମହିଳାଜଣକ ।

Advertisment

ଏପରି ଏକ ଲୋମଟାଙ୍କୁରା ଘଟଣା ଖୋର୍ଦ୍ଧା ଷ୍ଟେସନରେ ଘଟିଥିବା ବେଳେ ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଦେବଦୂତ ସାଜି ମହିଳାଙ୍କ ଜୀବନ ବଞ୍ଚାଇଥିବା ହେଡ କନଷ୍ଟେବଳଜଣକ ହେମାବତୀ ବେହେରା ବୋଲି ଜଣାଯାଇଛି।

ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି, ଋଷିକେଶ - ପୁରୀ ଉତ୍କଳ ଏକ୍ସପ୍ରେସର ଟ୍ରେନ୍‌ଟି ଟ୍ରାକ୍‌ରେ ଗଡ଼ିବାକୁ ଆରମ୍ଭ କରିବା ପରେ ନାଗପୁରର ମନୋରମା ଶ୍ରୀବାସ୍ତବ ନାମ୍ନୀ ଯାତ୍ରୀ ସେଥିରେ ଚଢ଼ିବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ଟ୍ରେନ୍‌ରେ ଚଢ଼ି ପାରି ନ ଥିବା ବେଳେ ଖସି ପଡ଼ିଥିଲେ।

Advertisment

ମହିଳାଜଣକ ଟ୍ରାକ୍‌କୁ ଖସିବା ପୂର୍ବରୁ ସେଠାରେ କାର୍ଯ୍ୟରତ ହେଡ କନଷ୍ଟେବଳଜଣକ ହେମାବତୀ ବେହେରା ଦୌଡ଼ି ଯାଇ ତାଙ୍କୁ ଟାଣି ଆଣିଥିଲେ। ଫଳରେ ମହିଳାଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଟ୍ରେନ ଅତିକ୍ରମ କରିବା ପରେ ତାଙ୍କୁ ସୁରକ୍ଷିତ ସହ ଉଦ୍ଧାର କରାଯାଇଛି । ଏପରି କାମ କରି ଦେବଦୂତ ପାଲଟିଥିବା ମହିଳା ହେଡ କନଷ୍ଟେବଳଙ୍କୁ ସମସ୍ତେ ପ୍ରଶଂସାରେ ପୋତି ପକାଇଛନ୍ତି।

Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe