ରାତାରାତି ଲକ୍ଷ୍ମୀ ବସ୍‌ରୁ ‘ଲକ୍ଷ୍ମୀ’ ଷ୍ଟିକର ଗାଏବ

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ଚଲାଇଥିଲେ ‘ଲକ୍ଷ୍ମୀ ବସ୍‌’। ବସ୍‌ ଗୁଡ଼ିକ ଶୀତତାପ ନିୟନ୍ତ୍ରିତ। ସେହି ବସ୍‌ ଗୁଡ଼ିକର ଉଭୟ ପାର୍ଶ୍ୱରେ ଦୁଇ ଜଣ ମହିଳା ଶଙ୍ଖ ଫୁଙ୍କୁଥିବାର ଚିହ୍ନରେ ଥିବା ବେଳେ ମଝିରେ ମାଆ ଲକ୍ଷ୍ମୀଙ୍କ ପଦ ଚିହ୍ନ ଥିଲା।

Bus PhotoOR

ଲକ୍ଷ୍ମୀ ବସ୍‌

Manoranjan Sial
  • Published: Thursday, 06 June 2024
  • Updated: 06 June 2024, 09:09 PM IST

Sports

Latest News

ପ୍ରତି ଗାଁକୁ ସହର ସହିତ ଯୋଡ଼ିବା ପାଇଁ ରାଜ୍ୟ ସରକାର ଚଲାଇଥିଲେ ‘ଲକ୍ଷ୍ମୀ’ ବସ୍‌। ହେଲେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେହି ବସ୍‌ରେ ଲାଗିଥିବା ‘ଲକ୍ଷ୍ମୀ’ ଷ୍ଟିକର ଗାଏବ ହୋଇଯାଇଛି। ଆଜି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ ଗଡୁଥିବା ବସ୍‌ ଗୁଡ଼ିକରେ ‘ଲକ୍ଷ୍ମୀ’ ଷ୍ଟିକର ନଥିବା ଦେଖିବାକୁ ମିଳିଛି। ଯେଉଁଥିପାଇଁ ବସ୍‌ ଯାତ୍ରୀଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି। ବସ୍‌ ସେବା ବନ୍ଦ ହୋଇଯିବ ବୋଲି ଯାତ୍ରୀଙ୍କ ସନ୍ଦେହ ପ୍ରକାଶ ପାଉଛି।

ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ପ୍ରତି ପଞ୍ଚାୟତକୁ ଚଲାଇଥିଲେ ‘ଲକ୍ଷ୍ମୀ ବସ୍‌’। ବସ୍‌ ଗୁଡ଼ିକ ଶୀତତାପ ନିୟନ୍ତ୍ରିତ। ସେହି ବସ୍‌ ଗୁଡ଼ିକର ଉଭୟ ପାର୍ଶ୍ୱରେ ଦୁଇ ଜଣ ମହିଳା ଶଙ୍ଖ ଫୁଙ୍କୁଥିବାର ଚିହ୍ନରେ ଥିବା ବେଳେ ମଝିରେ ମାଆ ଲକ୍ଷ୍ମୀଙ୍କ ପଦ ଚିହ୍ନ ଥିଲା। ଏପରିକି ବସ୍‌ର ଆଗ ଓ ପଛ ପାର୍ଶ୍ୱରେ ମିଶନ୍ ଶକ୍ତି ଲେଖାଯାଇଥିଲା। ଲୋକମାନେ ୫ ଟଙ୍କାରେ ଗାଁରୁ ସହର ଓ ସହରରୁ ଗାଁକୁ ଯାତ୍ରା କରୁଥିଲେ। ନିର୍ବାଚନ ପୂର୍ବରୁ ଏହି ବସ୍‌ ଚଲାଇ ବିଜେଡି ସରକାର ଭୋଟ୍‌ ଗୋଟାଇବାକୁ ଲକ୍ଷ୍ୟ ରଖିଥିଲେ। ହେଲେ ସବୁ ଫସର ଫାଟିଲା।

Also Read

ନିର୍ବାଚନରେ ଲୋକମାନେ ବିଜେଡିକୁ ବାମ୍ଫ ଦେଲେ। ଲୋକମାନେ ବିଜେଡିକୁ ଏମିତି ବାମ୍ଫ ଦେଲେ ଯେ, ସେମାନେ ଏକଦମ୍‌ ଆଣ୍ଠେଇ ପଡ଼ିଲେ। ନିର୍ବାଚନରେ ପରାଜୟର ଦିନକ ପରେ ଆର୍ଥାତ ବୁଧବାର ରାତିରେ ମାଲକାନଗିରି ଜିଲ୍ଲାରେ ଗଡ଼ୁଥିବା ଲକ୍ଷ୍ମୀ ବସ୍‌ରୁ ଲକ୍ଷ୍ମୀ ଷ୍ଟିକର ଗାଏବ ହୋଇଯାଇଛି। ତେବେ ଏହି ଟିକର ଗୁଡ଼ିକ କିଏ ଓ କାହିଁକି କାଢ଼ିଲେ, ସେନେଇ କାହା ପାଖରେ କିଛି ଉତ୍ତର ନାହିଁ। ଯାହାକୁ ନେଇ ବସ୍‌ ଯାତ୍ରୀଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଉଛି।

ବସ୍‌ କର୍ମଚାରୀ ସଞ୍ଜୀବ ବାଲା କହିଛନ୍ତି, ଆଗରୁ ଲକ୍ଷ୍ମୀ ବସ୍‌ରେ ଭଲ ଲୋକ ହେଉଥିଲେ। ଲୋକମାନେ ଠିଆ ହୋଇ ୫ ଟଙ୍କାରେ ଯାଉଥିଲେ। ବସ୍‌ରେ ଯିବା ପାଇଁ ଦୀର୍ଘ ସମୟ ଧରି ଷ୍ଟାଣ୍ଡରେ ଅପେକ୍ଷା କରୁଥିଲେ। ହେଲେ ନିର୍ବାଚନ ପରେ ବେଶୀ ଲୋକ ହେଉନାହାନ୍ତି। ଏବେ ଲୋକମାନେ ଯାତ୍ରା କଲା ବେଳେ ବସ୍‌ ବନ୍ଦ ହୋଇଯିବ କି ବୋଲି ବାରମ୍ୱାର ପଚାରୁଛନ୍ତି। ଆମେ ତାଙ୍କ ପ୍ରଶ୍ନର ଉତ୍ତର ଦେଇ ଦେଇ ହାଲିଆ ହୋଇଗଲୁଣି। ନୂଆ ସରକାର ଆସିବା ପରେ ଲୋକଙ୍କ ମନରେ ଗୋଟିଏ ଭୟ ପଶି ଯାଇଛି। ବସ୍‌ ଚାଲିବା ବନ୍ଦ ହୋଇଗଲେ କେମିତି ଯିବାଆସିବା କରିବେ ବୋଲି କହୁଛନ୍ତି। ଆମେ ସେମାନଙ୍କୁ କେବଳ ପ୍ରତିଶ୍ରୁତି ଦେଉଛୁ ବୋଲି କର୍ମଚାରୀ ଜଣକ କହିଛନ୍ତି।

ତେବେ ଷ୍ଟିକର କାଢ଼ିବାକୁ ନେଇ ଶ୍ରୀ ବାଲା କହିଛନ୍ତି, ଲକ୍ଷ୍ମୀ ଷ୍ଟିକର କାହିଁକି କଢ଼ାଗଲା ଜାଣିନି। ସିଏମ୍‌ଡି ସାର୍‌ ଅଡର ଦେଇଥିବେ ବୋଧହୁଏ। ସେଥିପାଇଁ ଗତକାଲି ରାତିରେ କାଢ଼ିଦେଲେ ବୋଲି ଶ୍ରୀ ବାଲା କହିଛନ୍ତି।

ରିପୋର୍ଟ-ମାଲକାନଗିରିରୁ ଜିତେନ୍ଦ୍ର ବେଉରା

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story