/odisha-reporter/media/post_attachments/uploadimage/library/16_9/16_9_0/Lalit_Das_1729604323.jpg)
Lalit Das
ବିଭିନ୍ନ ପଦବୀ ପାଇଁ ନିଯୁକ୍ତିରେ ଅନିୟମିତତାକୁ ନେଇ ବିବାଦରେ ଥିବା ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ ସିଲେକ୍ସନ(ଓଏସଏସଏସସି)ରେ ଆଜି ରାଜ୍ୟ ସରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନିଯୁକ୍ତି କରିଛନ୍ତି । ଓଏସଏସଏସସି ଅଧ୍ୟକ୍ଷ ଭାବେ ଅବସରପ୍ରାପ୍ତ ଓଡ଼ିଆ ଆଇପିଏସ୍ ଲଳିତ ଦାସଙ୍କୁ ନିଯୁକ୍ତି ମିଳିଥିବାବେଳେ ଅବସରପ୍ରାପ୍ତ ଆଇଏଏସ୍ ଉଦ୍ଧବଚନ୍ଦ୍ର ମାଝୀ ଓ ଅବସରପ୍ରାପ୍ତ ଓଏଏସ୍ ସରୋଜ କୁମାର ମିଶ୍ରଙ୍କୁ ସଦସ୍ୟ ହେବେ । ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।
Advertisment
ଉଲ୍ଲେଖଯୋଗ୍ୟ, ଓଏସଏସଏସସି ଦ୍ୱାରା ଆୟୋଜିତ ଅମିନ,ଆରଆଇ, ଫରେଷ୍ଟର ସମେତ ବିଭିନ୍ନ ପରୀକ୍ଷାରେ ଅନିୟମିତତାର ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ରାଜ୍ୟ ସରକାର ଏହି ପରୀକ୍ଷାକୁ ସ୍ୱଚ୍ଛତା ଆଣିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାସହିତ ଓଏସଏଏସଏସସିରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ଦେଇ ପରୀକ୍ଷା ବ୍ୟବସ୍ଥାରେ ପାରଦର୍ଶିତା ଆଣିବାକୁ ପ୍ରୟାସ କରିଛନ୍ତି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
