/odisha-reporter/media/post_attachments/uploadimage/library/16_9/16_9_0/Puri_1703256631.jpg)
Puri
ଖ୍ରୀଷ୍ଟମାସ ପୂର୍ବରୁ ପର୍ଯ୍ୟଟନର ସହର ପୁରୀରେ ଜମିଲାଣି ଭିଡ। ଦେଶ ବିଦେଶରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଛି ଶ୍ରୀକ୍ଷେତ୍ରକୁ। ବଡ ଦାଣ୍ଡରୁ ବେଳାଭୂମି, ସବୁଠି ଜନସମୁଦ୍ର।
Advertisment
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହ ମହୋଦଧିରେ ସ୍ନାନର ମଜା ଉଠାଉଛନ୍ତି ପର୍ଯ୍ୟଟକ। ଆଗକୁ ନୂଆବର୍ଷ ଥିବାରୁ ଭିଡ ଆହୁରି ବଢିବ। ତେଣୁ ପୁରୀରେ ହୋଇଛି ବ୍ୟାପକ ପ୍ରସ୍ତୁତି।
ସେପଟେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ ସାହୁଙ୍କ ଦ୍ୱାରା ବେଳାଭୂମିରେ ତିଆରି ହୋଇଛି ସ୍ୟାଣ୍ଡ ଆର୍ଟ ପାର୍କ। ଗୋଟିଏ ସ୍ୟାଣ୍ଡ ଆର୍ଟରେ ସମୟ ଚକ୍ରକୁ ଦର୍ଶାଯାଇଥିବା ବେଳେ ଅନ୍ୟଟିରେ ଜଳ ସୁରକ୍ଷାର ଆବଶ୍ୟକତା ପ୍ରଦର୍ଶିତ କରାଯାଇଛି। ପୁରୀ ବେଳାଭୂମିକୁ ଆସୁଥିବା ପର୍ଯ୍ୟଟକମାନେ ଏହାର ଭରପୁର ମଜା ନେଉଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
