Advertisment

ବର୍ଷା ଯୋଗୁ ପାହାଡ଼ରୁ ପଥର ଖସି ରେଳ ଲାଇନ୍ ବନ୍ଦ, ୪ଟି ଟ୍ରେନ୍ ବାତିଲ

ଟ୍ରେନ୍ ଲାଇନ ଉପରେ ବଡ଼ ବଡ଼ ପଥର ପଡ଼ି ରହିଛି। ରେଳ ଲାଇନ କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି।

Train Track

Train Track

Advertisment

କୋରାପୁଟ ରେଳ ଷ୍ଟେସନ ଠାରୁ ୧୧୭ କିମି ଦୂର ତଥା କିରିଣ୍ଡୁଲ-କୋତବାଲାସା ରେଳ ଲାଇନର ବୋରାଗୁହାଲୁ ଠାରେ ରେଳ ଟ୍ରାକ ଉପରେ ପଥର ଧସି ଯାଇଛି। ଫଳରେ ଏହି ରେଳ ଲାଇନ୍‌ରେ ରେଳ ଚଳାଚଳ ବ୍ୟାହତ ହୋଇଛି। ରାସ୍ତା ସଫା ପାଇଁ ଘଟଣାସ୍ଥଳକୁ ବିଭାଗୀୟ ସୁରକ୍ଷା ଓ ଉଦ୍ଧାର ଟିମ୍ ପହଞ୍ଚି କାର୍ଯ୍ୟ ଜାରି ରଖିଛନ୍ତି।

Advertisment
Train Trackରେଳ ଧାରଣା ଉପରେ ପଡ଼ିଛି ପଥର

ଏଥିପାଇଁ ୪ଟି ଟ୍ରେନ୍‌କୁ ବାତିଲ ହୋଇଛି। ଏହି ଟ୍ରେନ ଗୁଡ଼ିକ ହେଉଛି, ବିଶାଖାପାଟଣା-କିରିଣ୍ଡୁଲ ଓ କିରିଣ୍ଡୁଲ-ବିଶାଖାପାଟଣା ଏକ୍ସପ୍ରେସ, ବିଶାଖାପାଟଣା-କିରିଣ୍ଡୁଲ ଓ କିରିଣ୍ଡୁଲ-ବିଶାଖାପାଟଣା ପାସେଞ୍ଜର ଟ୍ରେନ।

ଟ୍ରେନ୍ ଲାଇନ ଉପରେ ବଡ଼ ବଡ଼ ପଥର ପଡ଼ି ରହିଛି। ରେଳ ଲାଇନ କଡ଼ରେ ଥିବା ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି। 

Advertisment

Accident Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe