Landslide
ପ୍ରବଳ ବର୍ଷା ଯୋଗୁ କନ୍ଧମାଳ ଜିଲ୍ଲା କଳିଙ୍ଗା ଘାଟିରେ ବଡ଼ ଧରଣର ଭୂସ୍ଖଳନ ଘଟିଛି। ଫଳରେ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି।
ଭୂସ୍ଖଳନଭୂସ୍ଖଳନ ସ୍ଥଳରେ ପାହାଡ଼ରୁ ମାଟି ଓ ବଡ଼ ବଡ଼ ପଥର ଖସି ଘାଟି ରାସ୍ତାକୁ ଅବରୋଧ କରିଛି। ରାସ୍ତାର କିଛି ଅଂଶ ମଧ୍ୟ ଧୋଇ ହୋଇଯାଇଛି।
ରାସ୍ତାରେ ଅଟକିଛି ଗାଡ଼ିସେହି ରାସ୍ତା ଦେଇ ଏବେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡ଼ି ଅଟକି ରହିଛି। ଫଳରେ ଦୂରଦୂରାନ୍ତକୁ ଯାଉଥିବା ଯାତ୍ରୀମାନେ ହଇରାଣ ହୋଇଛନ୍ତି।
କଳିଙ୍ଗା ଘାଟିରେ ଭୂସ୍ଖଳନ ପରେ ଘଟଣାସ୍ଥଳରେ NHAI ଟିମ୍ ପହଞ୍ଚିଛି। ବର୍ଷା ଛାଡ଼ିବା ପରେ ମରାମତି କାମ ଆରମ୍ଭ ହେବ କହିଛନ୍ତି ଏନ୍ଏଚ୍ଏଆଇ ଏସ୍ଡିଓ। ସେ କହିଛନ୍ତି, ବର୍ଷା ନ ଛାଡ଼ିଲେ ମରାମତି କାମ କରି ହେବ ନାହିଁ। ପ୍ରଥମେ ଗାଡ଼ି ଯିବା ଆସିବା ଭଳି ମରାମତି କରାଯିବ। ଏହା ପରେ ତଳୁ ଗାର୍ଡ ୱାଲ୍ କରି ପୂରା ମରାମତି ହେବ। ଗାଡ଼ି ଯାତାୟାତ ସୁବିଧା କରିବା ପର୍ଯ୍ୟନ୍ତ ସେଠାରେ ରହିବ NHAI ଟିମ୍।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Landslide_1758021166.jpg)